ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଛି । ପ୍ରଥମ ଦିନରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ପ୍ରଥମ ପର୍ଯ୍ୟାୟ ଭୋଟ ପରେ ପ୍ରେସମିଟରେ ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢୀ ।
ଶାନ୍ତି ଶୃଙ୍ଖଳାରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ କିଛିଟା ସ୍ଥାନରେ ଭୋଟଦାନକୁ ନେଇ ସାମାନ୍ୟ ବାଧା ଉପୁଜିଥିବା ଦେଖାଯାଇଥିଲା । ଢେଙ୍କାନାଳରୁ ୩, ଯାଜପୁରରୁ ୭ ଏବଂ ପୁରୀର ୫ଟି ବୁଥରେ ମତଦାନ ସମୟରେ ବାଧା ସୃଷ୍ଟି ହୋଇଥିଲା । ତେବେ ପ୍ରଥମ ପର୍ଯ୍ୟାୟରେ ମୋଟ ୭% ଭୋଟ ଗ୍ରହଣ କରାଯାଇଛି । ନିର୍ବାଚନର ପ୍ରଥମ ଦିନରେ ଶାନ୍ତି ଶୃଙ୍ଖଳା ସହ ଭୋଟ ଗ୍ରହଣ ପରେ ଆଦିତ୍ୟ ପାଢୀ ସମସ୍ତଙ୍କ ଧନ୍ୟବାଦ ଦେଇଛନ୍ତି ।