fbpx

ଓସିଏସ-୨୦୨୧ ପ୍ରିଲିମ୍ ପରୀକ୍ଷାରୁ ବଞ୍ଚିତ ହେବେ ୭୦୩୯ ପ୍ରାର୍ଥୀ, ଆବେଦନ ବାତିଲ୍ କଲା ଓପିଏସସି

Advertisement

ନୂଆଦିଲ୍ଲୀ: ଓଡ଼ିଶା ଲୋକସଭା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା (ଓସିଏସ) ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି । ଓସିଏସ-୨୦୨୧ର ବିଜ୍ଞପ୍ତି ନଂ ୬୨୭୬ ପାଇଁ ଆବେଦନ କରିଥିବା ୭୦୩୯ ପ୍ରାର୍ଥୀଙ୍କ ଆବେଦନକୁ ବାତିଲ କରିଦେଇଛି ଓପିଏସସି । ତେବେ ଏହି ପ୍ରାର୍ଥୀମାନେ ଏବେ ଓସିଏସ୍ ପ୍ରିଲିମ୍ ପରୀକ୍ଷା ଦେଇପାରିବେ ନାହିଁ ।

ତେବେ କିଛି ଭୁଲ କାରଣରୁ ଓପିଏସସି ଏହି ସମସ୍ତ ପରୀକ୍ଷାର୍ଥୀଙ୍କ ଆବେଦନକୁ ବାତିଲ କରିଦେଇଛି । ତେବେ ଏତେସଂଖ୍ୟାକ ପ୍ରାର୍ଥୀଙ୍କ ଆବେଦନପତ୍ରକୁ ନାକଚ କରିବାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି । ଏହି ବିଜ୍ଞପ୍ତି ପାଇଁ ଗତ ଜାନୁଆରୀ ମାସ ୧୦ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଫେବୃଆରୀ ମାସ ୧୮ ତାରିଖ ଶେଷ ତାରିଖ ରହିଥିଲା ।

ତେବେ ବିଜ୍ଞାପନ ଅନୁଯାୟୀ, ଓସିଏସର ଗ୍ରୁପ-ଏ ଓ ଗ୍ରୁପ-ବି ପାଇଁ ମୋଟ ୪୦୫ଟି ପଦବୀ ବାହାରିଥିଲା । ଏହି ପଦବୀ ପାଇଁ ଅନଲାଇନରେ ଦରଖାସ୍ତ ଆହ୍ୱାନ କରାଯାଇଥିଲା । ତେବେ ଅନଲାଇନ ଆବେଦନ ସମୟରେ କିଛିଟା ତ୍ରୁଟି ରହିଯାଇଥିବାରୁ ଶହ ଶହ ପ୍ରାର୍ଥୀ ଏବେ ପରୀକ୍ଷାରୁ ବଞ୍ଚିତ ହେବେ । ଆବେଦନପତ୍ର ନାକଚର କାରଣ ଓପିଏସସି ୱେବସାଇଟରେ ଉଲ୍ଲେଖ କରାଯାଇଛି ।

ପ୍ରାର୍ଥୀଙ୍କର ଠିକଣା, ବ୍ୟକ୍ତିଗତ ବିବରଣୀ, ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ଠିକ୍ ନଥିବା ସହ ପ୍ରମାଣ ପତ୍ର ଅପଲୋଡ୍ ହୋଇ ନଥିବାରୁ ସେମାନଙ୍କର ଆବେଦନକୁ ନାକଚ କରି ଦିଆଯାଇଛି । ତେବେ ଏତେ ସଂଖ୍ୟକ ପ୍ରାର୍ଥୀଙ୍କୁ ପ୍ରିଲିମରୁ ବଞ୍ଚିତ ନ କରିବାକୁ ଅଭିଭାବକ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ମହଲରୁ ଦାବି ଉଠିଛି ।

Get real time updates directly on you device, subscribe now.