fbpx

୧୯୪୭ରୁ ୨୦୨୨ ମଧ୍ୟରେ ଭାରତ ଅନେକ କ୍ଷେତ୍ରରେ ଇତିହାସ ରଚିଛି: ଜାଣନ୍ତୁ ୭୫ ବର୍ଷର ୭୫ଟି ସ୍ୱର୍ଣ୍ଣିମ ଅଧ୍ୟାୟର କାହାଣୀ

ଆସନ୍ତାକାଲି ଭାରତ ତା’ର ୭୫ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ତେବେ ୧୯୪୭ରୁ ୨୦୨୨ ମଧ୍ୟରେ ଭାରତବର୍ଷରେ ଘଟିଛି ଅନେକ କିଛି ପରିବର୍ତ୍ତନ । ୧୯୪୭- ଆଜି ରାତି ୧୨ଟା ପରଠାରୁ ସ୍ୱାଧୀନ ଭାରତ ସୁନିଦ୍ରାରେ ଶୋଇ ସ୍ୱାଧୀନତାର ନୂଆ ସକାଳେ ଜାଗ୍ରତ ହେବ । ଦେଶର ପ୍ରଥମ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହି ଭାଷଣ ଦେଇଥିଲେ । ୧୯୪୮- କଶ୍ମୀର ଭାରତର ଅଂଶ । ୧୯୫୦- ୨୬ ଜାନୁଆରୀରେ ଭାରତର ଗଣତନ୍ତ୍ର ସ୍ଥାପନ । ୧୯୫୧- ରେଲ ରାଷ୍ଟ୍ରୀୟକରଣ, ଦେଶର ପ୍ରଥମ ନିର୍ବାଚନ, ୧୯୫୩- ଭାରତର ପ୍ରଥମ ଟେକ୍ନିକଲର ଫିଲ୍ମ ।

୧୯୫୫- ଇମ୍ପିରିୟାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜାତୀୟକରଣ । ୧୯୫୬- ଏସିଆର ପ୍ରଥମ ନ୍ୟୁକ୍ଲିୟର ରିଆକ୍ଟର ନିର୍ମାଣ । ୧୯୫୮- ମଦର ଇଣ୍ଡିଆ ଓସ୍କାର ମନୋନୀତ । ୧୯୬୦- ହରିତ କ୍ରାନ୍ତ ଆରମ୍ଭ । ୧୯୬୧- ଯୌତୁକ ନିଷେଧ ଅଧିନିୟମ । ୧୯୬୩- ଦେଶର ପ୍ରଥମ ରକେଟ । ୧୯୬୮-ସଂଗୀତଜ୍ଞ ରବି ଶଙ୍କରଙ୍କୁ ଗ୍ରାମୀ ପୁରସ୍କାର । ୧୦୬୯- ୧୪ ବ୍ୟାଙ୍କ ଜାତୀୟକରଣ । ୧୯୭୦- ଶ୍ୱେତ କ୍ରାନ୍ତି ଆରମ୍ଭ । ୧୯୭୪- ଦେଶର ପ୍ରଥମ ନ୍ୟୁକ୍ଲିୟର ଟେଷ୍ଟ ।

୧୯୭୫- ଆର୍ଯ୍ୟଭଟ୍ଟ ପ୍ରଥମ ସାଟେଲାଇଟ । ୧୯୭୮- ଭାରତର ପ୍ରଥମ ପିସି । ୧୯୭୯- ବିପି ମଣ୍ଡଳ କମିସନ । ୧୯୮୧- ଇନଫୋସିସ୍ ରେଜିଷ୍ଟର । ୧୯୮୩- କ୍ରିକେଟ ବିଶ୍ୱକପ୍ ବିଜୟୀ । ୧୯୮୩- ଭାନୁ ଅଥୈୟା ଓସ୍କାର । ୧୯୮୪- ରାକେଶ ଶର୍ମା ପ୍ରଥମ ମହାକାଶ ଯାତ୍ରୀ । ୧୯୮୬- ଇଣ୍ଟରନେଟ ଶୁଭାରମ୍ଭ । ୧୯୮୭- ଭାରତରେ କ୍ରିକେଟ ବିଶ୍ୱକପ୍ ଆୟୋଜିତ । ୧୯୯୦- ୧.୭୫ ଭାରତୀୟ ଏୟାରଲିଫ୍ଟ । ୧୯୯୧- ଅର୍ଥବ୍ୟବସ୍ଥା ଗ୍ଲୋବାଲାଇଜେସନ । ୧୯୯୩- ପ୍ରଥମ ପିଏସଏଲଭି-ଡି୧ ଅନ୍ତରିକ୍ଷ ମିଶନ ।

୧୯୯୪- ସୁସ୍ମିତା ସେନ ମିସ୍ ୟୁନିଭର୍ସ । ୧୯୯୪- ‘ହମ ଆପକେ ହୈ କୌ’ ୧୦୦ କୋଟି ବିଜିନେସ୍ । ୧୯୯୫- ପ୍ରଥମ ମୋବାଇଲ ଫୋନ୍ କଲ । ୧୯୯୫- ଜନତାଙ୍କୁ ଇଣ୍ଟରନେଟ ଆକ୍ସେସ । ୧୯୯୬- ପ୍ରଥମ ତିନିଚକିଆ ଇଲେକ୍ଟ୍ରି ଯାନ । ୧୯୯୮- ପୋଖରାନ ପରମାଶୁ ଶକ୍ତିସମ୍ପନ୍ନ । ୧୯୯୮- ୨୪ ଘଣ୍ଟିଆ ନ୍ୟୁଜ୍ ଚାନେଲ । ୧୯୯୯- ଦିଲ୍ଲୀ-ଲାହୋର ବସ୍ ସେବା । ୧୯୯୯- କାର୍ଗିଲ ବିଜୟ । ୨୦୦୦- ୩ଟି ନୂଆ ରାଜ୍ୟ । ୨୦୦୧- ଦେଶର ଲମ୍ବା ରାଜପଥ । ୨୦୦୧- ପ୍ରଥମ ଜିଏସଏଲଭି । ୨୦୦୫- ସଂସଦରେ ଆରଟିଆ ଆକ୍ଟ ପାସ୍ । ୨୦୦୫- ଏମଜିଏନଆରଇଜିଏ ।

୨୦୦୫- ଘରୋଇ ହିଂସା ନିରୋଧ ଆଇନ । ୨୦୦୬- ସିକିମ-ତିବତ ବର୍ଡର ଖୋଲା । ୨୦୦୭- ଭାରତ ଟି-୨୦ ବିଶ୍ୱକପ୍ ବିଜୟୀ । ୨୦୦୮- ଚନ୍ଦ୍ରୟାନ ସଫଳ । ୨୦୦୮- ବେଜିଂ ପ୍ରଥମ ଅଲିମ୍ପିକ୍ ସ୍ୱର୍ଣ୍ଣ । ୨୦୦୯- ଶିକ୍ଷା ଅଧିକାର ନିୟମ । ୨୦୦୯- ପ୍ରଥମ ସ୍ୱଦେଶୀ ନ୍ୟୁକ୍ଲିୟସର ସବମରିନ । ୨୦୧୦- କମନୱେଲଥ ଗେମ୍ସ ଦିଲ୍ଲୀ । ୨୦୧୧- ଭାରତ କ୍ରିକେଟ ବିଶ୍ୱକପ୍ ବିଜୟୀ । ୨୦୧୨- ୪ଜି ନେଟୱାର୍କ ଆରମ୍ଭ ।

୨୦୧୩- ଜାତୀୟ ଖାଦ୍ୟ ସୁରକ୍ଷା ଆଇନ । ୨୦୧୩- ଇସ୍ରୋ ମଙ୍ଗଳ ପରିକ୍ରମା । ୨୦୧୪- ଭାରତ ପୋଲିସ ମୁକ୍ତ ହୁ । ୨୦୧୪- ତେଲେଙ୍ଗନା ନୂଆ ରାଜ୍ୟ । ୨୦୧୭- ଜିଏସଟି ଲାଗୁ । ୨୦୧୭- ତିନ ତଲାକ ଅସମ୍ବିଧାନିକ । ୨୦୧୭- ଆପଲ ମେଡ ଇନ୍ ଇଣ୍ଡିଆ ଆଇ ଫୋନ୍ । ୨୦୧୮- ସମଲିଙ୍ଗୀ ଆଇନ ସଂରକ୍ଷଣ । ୨୦୧୯- ଏୟାରକ୍ରାଫ୍ଟ ତେଜସ । ୨୦୧୯- ଆଣ୍ଟି ସାଟେଲାଇଟ ଟେଷ୍ଟ ‘ମିଶନ ଶକ୍ତି’ । ୨୦୧୯- ଚନ୍ଦ୍ର୍ରାୟାନ-୨ । ୨୦୨୦- କୋଭିଡ-୧୯ ଟିକା କୋଭାକ୍ସିନ । କରୋନା ଭ୍ୟାକ୍ସିନେସନ ଡ୍ରାଇଭ୍ ରେକର୍ଡ । ୨୦୨୧- ଟୋକିଓ ଅଲିମ୍ପିକ ସ୍ୱର୍ଣ୍ଣ । ୨୦୨୨- ଦେଶର ସବୁଠାରୁ ନୂଆ ରକେଟ ୩୪ ମିଟର ଲମ୍ବ ଓ ୧୨୦ ଟନ ଓଜନ ଶ୍ରୀହରୀକୋଟାରୁ ଲଞ୍ଚ ।

Get real time updates directly on you device, subscribe now.