fbpx

ବାତ୍ୟା ସମୟରେ ଜନ୍ମହେଲେ ୭୫୦ ଛୁଆ; ଝିଅ ହେଉକି ପୁଅ, ବାପା-ମା’ ନାମ ରଖିଲେ ‘ୟଶ୍’

ନୂଆଦିଲ୍ଲୀ: ଓଡିଶା ଏବଂ ପଶ୍ଚିମବଙ୍ଗରେ ବାତ୍ୟା ୟଶ୍ ଅନେକ କ୍ଷୟକ୍ଷତି ଘଟାଇଛି । ଯାହାର ସମୀକ୍ଷା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୁଛନ୍ତି । ତେବେ ଏହି ବାତ୍ୟା ସମୟରେ ଅନେକ କୋମଳମତି ଶିଶୁ ଦୁନିଆକୁ ଆସିଛନ୍ତି । ସଙ୍କଟ ସମୟରେ ପରିବାରରେ ଖୁସିର ଲହର ଖେଳିଯାଇଚି । ତେବେ ଓଡିଶା ବର୍ତ୍ତମାନ ବାତ୍ୟାର ମୁକାବିଲା କରୁଛି । ଏହି ସମୟରେ ରାଜ୍ୟରେ ପାଖାପାଖି ୭୫୦ ଜଣ ଛୁଆ ବିଭିନ୍ନ ହସ୍ପିଟାଲ ଏବଂ ମେଡିକାଲରେ ଜନ୍ମ ହୋଇଛନ୍ତି । ଆଉ ଏବେ କିଛି ବାପା-ମା’ ସେମାନଙ୍କ ଛୁଆର ନାମ ୟଶ୍ ରଖିଛନ୍ତି ।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ, ବାତ୍ୟା ସମୟରେ ଓଡିଶାରେ ୧୦ ଜିଲ୍ଲାରୁ ୭୫୦ରୁ ଅଧିକ ଛୁଆ ଜନ୍ମ ନେଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ପରିବାର ସେମାନଙ୍କ ଛୁଆଙ୍କ ନାମ ୟଶ୍ ରେଜିଷ୍ଟର୍ କରିଛନ୍ତି । ଖାସ୍ କଥା ହେଉଛି ପୁଅ ଏବଂ ଝିଅ ଦୁହିଁଙ୍କର ନାମ ୟଶ୍ ରଖାଯାଇଛି । କେନ୍ଦ୍ରାପଡା ରେ ଜନ୍ମ ଦେଇଥିବା ସରସ୍ୱତୀ ନାମକ ଜଣେ ମହିଳା କହିଛନ୍ତି ଯେ, ସେ ତାଙ୍କ ଝିଅର ନାମ ୟଶ୍ ରଖିଛନ୍ତି । ତେବେ ଏହି ବାତ୍ୟାର ନାମ ଓମାନ୍ ପକ୍ଷରୁ ରଖାଯାଇଥିଲା । ୟଶ୍ ହେଉଛି ଏକ ପର୍ଶିୟାନ୍ ଶବ୍ଦ । ଇଂରାଜୀରେ ଏହାକୁ ଜସ୍ମିନ୍ ବୋଲି କୁହାଯାଏ ।

Get real time updates directly on you device, subscribe now.