fbpx

ଚାଲିଗଲେ ଆଉଜଣେ ସାହିତ୍ୟିକ, ବିଭିନ୍ନ ମହଲରେ ଶୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶିଷ୍ଟ ଗବେଷକ ତଥା ସାହିତ୍ୟିକ ଶୁଭେନ୍ଦୁ ମୁଣ୍ଡ ଆଉ ନାହାନ୍ତି । ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ଜଣେ ମେଧାବୀ ଛାତ୍ର ଭାବେ କତିତ୍ୱ ଅର୍ଜନ କରିଥିବା ଶୁଭେନ୍ଦୁ ପରେ ଅନେକ କୃତୀ ଛାତ୍ର ଗଢ଼ିପାରିଥିଲେ । ଅଧ୍ୟାପନା ସହ ସାରସ୍ୱତ ସାଧନାରେ ନିମଗ୍ନ ରହୁଥିଲେ । ତାଙ୍କର ଗବେଷଣାତ୍ମକ ନିବନ୍ଧ ଖୁବ୍ ଲୋକପ୍ରିୟ ହୋଇଥିଲା । ସାହିତ୍ୟ ଏକାଡେମୀ ସହ ମଧ୍ୟ ସେ ଜଡ଼ିତ ରହିଥିଲେ । ଏଥିସହ ରାଜ୍ୟର କେତେକ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଜଣେ ସ୍ନେହୀ ଏବଂ ମିଷ୍ଠଭାଷୀ ବରିଷ୍ଠ ଅଧ୍ୟାପକ ଭାବେ ତାଙ୍କର ସୁନାମ ରହିଥିଲା । ବିଭାଗୀୟ ମୁଖ୍ୟ ଭାବେ ମଧ୍ୟ ସେ ଖୁବ୍ ପ୍ରଶଂସା ଅର୍ଜନ କରିପାରିଥିଲେ ।

ଗୁରୁବାର ରାତିରେ ତାଙ୍କର ହୃଦଘାତରେ ପରଲୋକ ଘଟିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.