fbpx

ରାଜ୍ୟରେ ୭,୫୦୦ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି: ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ନିଯୁକ୍ତି ପାଇବେ ୭,୫୦୦ ଜଣ ଶିକ୍ଷକ । ତୃତୀୟ ପର୍ଯ୍ୟାୟ ନିଯୁକ୍ତି ପାଇଁ ପ୍ରକ୍ରିୟାକରଣ ଆରମ୍ଭ ହୋଯାଇଛି । ଏଥିପାଇଁ ଆସନ୍ତା ନଭେମ୍ବର ମାସ ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ । ତେବେ ଚଳିତ ଥର ଷ୍ଟେଟ ସିଲେକ୍ସନ ବୋର୍ଡ (ଏସଏସବି) ଚୟନ ପ୍ରକ୍ରିୟା ଦାୟିତ୍ୱ ନେବ । ଗୁଣାତ୍ମକ ଶିକ୍ଷାକୁ ସର୍ବଦା ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା ରୂପାନ୍ତରଣରେ ଆଉ ଏକ ନୂଆ ଅଧ୍ୟାୟନ ସୃଷ୍ଟି କରିବାକୁ ଯାଉଛନ୍ତି ।

ତେବେ ପୂର୍ବ ଦୁଇ ପର୍ଯ୍ୟାୟର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା କାର୍ଯ୍ୟ ସାରିବା ପରେ ତୃତୀୟ ପର୍ଯ୍ୟାୟ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ରାଜ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତା ନଭେମ୍ବର ଶେଷ ସୁଦ୍ଧା ଆଉ ୭,୫୦୦ ଶିକ୍ଷକ ହାଇସ୍କୁଲ ଶିକ୍ଷକ ନିଯୁକ୍ତି କରିବାକୁ ବିଭାଗ ସ୍ତରରେ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ଗତ ଦୁଇ ପର୍ଯ୍ୟାୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମାପ୍ତ କରିବା ପରେ ତୃତୀୟ ପର୍ଯ୍ୟାୟ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ନଭେମ୍ବର ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟଶୟରେ ୬,୧୩୧ ଜଣ ଓ ଦ୍ୱିତୀୟ ପର୍ଯ୍ୟାୟରେ ୬,୮୯୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ।

Get real time updates directly on you device, subscribe now.