fbpx

ଅଗଷ୍ଟ ମାସରେ DA ବଢ଼ାଇବା ସହ ୩ଟି ଉପହାର ଦେବେ କେନ୍ଦ୍ର ସରକାର: କର୍ମଚାରୀ ମାଲାମାଲ୍!

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଗଷ୍ଟ ମାସରେ ନିଜର ଲକ୍ଷାଧିକ କର୍ମଚାରୀଙ୍କୁ ତିନୋଟି ଉପହାର ଦେଇପାରନ୍ତି । କର୍ମଚାରୀମାନେ ସେମାନଙ୍କର ଦରମା ବୃଦ୍ଧିକୁ ନେଇ କେବେଠାରୁ ଅପେକ୍ଷା କରି ରହିଛନ୍ତି । ଏବେ ଖବର ମିଳୁଛି କି, ସରକାର ଆସନ୍ତା ମାସରୁ କର୍ମଚାରୀଙ୍କ ଦରମା ବୃଦ୍ଧି ସମେତ ବକେୟା ଦେୟ ଦେବା ପାଇଁ ଯୋଜନା କରୁଛନ୍ତି । ଡିଏ ବୃଦ୍ଧି ସହିତ ବକେୟା ଡିଏ ଆସନ୍ତା ମାସରେ ମଧ୍ୟ ମିଳିପାରେ । ଏହା ସହିତ ସରକାର ପିଏଫ୍ ଉପରେ ମିଳିଥିବା ସୁଧର ପରିମାଣ ମଧ୍ୟ କର୍ମଚାରୀଙ୍କ ଆକାଉଣ୍ଟକୁ ପଠାଇପାରନ୍ତି ।

ବକେୟା DA :-
ଖବର ଅନୁସାରେ, ଆସନ୍ତା ମାସରେ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ବକେୟା ଡିଏ ପ୍ରଦାନ କରିବାକୁ ଯୋଜନା କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ସରକାରୀ ବୟାନ ଦିଆଯାଇ ନାହିଁ । ସରକାରୀ କର୍ମଚାରୀଙ୍କର ଜାନୁଆରୀ ୨୦୨୦ ରୁ ଜୁନ୍ ୨୦୨୧ ପର୍ଯ୍ୟନ୍ତ ମୋଟ ୧୮ ମାସର ଡିଏ ବକେୟା ରହିଛି । ଖବର ମୁତବକ, କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଏକ ସମୟରେ ଦେଢ଼ରୁ ଦୁଇ ଲକ୍ଷ ଟଙ୍କା ବକେୟା ଡିଏ ମିଳିପାରେ ।

ମହଙ୍ଗା ଭତ୍ତା DA ବୃଦ୍ଧି :-
ଗତ ମାସରୁ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବୃଦ୍ଧି କରିପାରନ୍ତି ବୋଲି ଆଶା କରାଯାଉଛି । ବଢୁଥିବା ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି କୁହାଯାଉଛି ଯେ ସରକାର କର୍ମଚାରୀଙ୍କ ଡିଏକୁ ଅତି କମରେ ୪-୫ ପ୍ରତିଶତ ବୃଦ୍ଧି କରିବେ । ବର୍ତ୍ତମାନ କର୍ମଚାରୀମାନେ ୩୪ ପ୍ରତିଶତ ହାରରେ ଡିଏ ପାଉଛନ୍ତି ।

ମିଳିପାରେ PF ସୁଧ:-
ସରକାର କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ବା ଇପିଏଫଓରେ ଜମା ହୋଇଥିବା ରାଶି ଉପରେ ସୁଧ ହାରରେ ମୋହର ଲାଗଇସାରିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଇପିଏଫ୍ ଉପରେ ସୁଧ ହାର ୮.୦୧ ରେ ସ୍ଥିର କରାଯାଇଛି । ଗତ ଆର୍ଥିକ ବର୍ଷରେ ପିଏଫ୍ ଉପରେ ୮.୫% ସୁଧ ମିଳୁଥିଲା । ଅଗଷ୍ଟରେ ସରକାର କର୍ମଚାରୀଙ୍କ ଆକାଉଣ୍ଟରେ ପିଏଫ୍ ସୁଧ ଟଙ୍କା ଦେଇପାରନ୍ତି ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.