ଆକ୍ସନ ମୋଡ଼ରେ ସରକାର : ୮ କର୍ମଚାରୀଙ୍କୁ ଚାକିରିରୁ କଲେ ବିଦା , ୨୦ ନିଲମ୍ବିତ

ଭୁବନେଶ୍ୱର: ଅବକାରୀ ବିଭାଗ ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତ ଥିବା ବିଭାଗୀୟ ୮ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ବେଳେ ୨୦ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ବହିଷ୍କୃତ ୩ ଏଏସ୍‌ଆଇଙ୍କ ମଧ୍ୟରେ ଔରପଲକ ଦାସ, ସୁଦୀପ୍ତ ଦାସ ଓ ନିରଞ୍ଜନ ଖଟୁଆ ରହିଥିବା ବେଳେ ୫ କନଷ୍ଟେବଳଙ୍କ ମଧ୍ୟରେ ଦୀପକ ପାଣିଗ୍ରାହୀ, ତ୍ରିଲୋଚନ ରାଇଚିତା, ଆର୍‌ ଭେଙ୍କେଟସ କୁମାର, ତ୍ରିନାଥ ସବର ଓ ରାଜୀବ ଭଞ୍ଜ।

ବିଭାଗରେ ଥାଇ ସମ୍ପୃକ୍ତ କର୍ମଚାରୀ ଗଞ୍ଜେଇ ବେପାର କରୁଥିଲେ। ଏପରିକି କିଏ ଚୋରା ମଦ କାରବାରରେ ସମ୍ପୃକ୍ତ ଥିଲେ ତ ଆଉ କିଏ ଗଞ୍ଜେଇ ମାଫିଆଙ୍କ ସୁରକ୍ଷା କବଚ ପାଲଟିଥିଲେ। କାହା ନାଁରେ ଏକାଧିକ ମଦ କାଉଣ୍ଟର ତ ଆଉ କିଏ ଜବତ ହୋଇଥିବା କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ନେଇ ବିକ୍ରି କରି ଦେଇଥିବା ବିଭାଗୀୟ ତଦନ୍ତ ବେଳେ ଜଣାପଡିଛି। ଆଗକୁ ଏଭଳି ସଫେଇ ଅଭିଯାନ ଜାରି ରହିବ ବୋଲି ଅବକାରୀ କମିଶନର ନରସିଂହ ଭୋଳ ପ୍ରକାଶ କରିଛନ୍ତି।