fbpx

କତାରରେ ୮ ଜଣ ଭାରତୀୟଙ୍କୁ ଦଣ୍ଡିତ କରିବା ମାମଲା: ଦଣ୍ଡ ବିରୋଧରେ ଅପିଲ ପାଇଁ ଦିଆଗଲା ଏତିକି ସମୟ

Advertisement

ନୂଆଦିଲ୍ଲୀ: କତାରରେ ଆଠ ଜଣ ଭାରତୀୟଙ୍କ ମାମଲାରେ ଆବେଦନ କରିବା ପାଇଁ ଆଇନ ଟିମକୁ ୬୦ ଦିନ ସମୟ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ । ସୂଚନାନୁସାରେ, ଗତ ସପ୍ତାହରେ ଏହି ଆଠ ଜଣ ନୌସେନାଙ୍କୁ କାତାର କୋର୍ଟ ଦେଇଥିବା ଜେଲ ଦଣ୍ଡ ବିରୋଧରେ ଆବେଦନ କରିବାକୁ ୬୦ ଦିନ ସମୟ ଦିଆଯାଇଛି। ଗୁପ୍ତଚର ମାମଲାରେ ଡିସେମ୍ବର ୨୮ ରେ କତାରର ଅପିଲ୍ କୋର୍ଟ ଭାରତୀୟ ନୌସେନାର ପୂର୍ବତନ କର୍ମଚାରୀଙ୍କ ମୃତ୍ୟୁ ଦଣ୍ଡକୁ ବଦଳାଇ ଦେଇଛନ୍ତି ଏବଂ ସେମାନଙ୍କୁ ଜେଲ ଦଣ୍ଡାଦେଶ ଦେଇଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି।

ଭାରତୀୟ ନାଗରିକଙ୍କ ପରିବାରର ସଦସ୍ୟ ଅନ୍ୟ କୋର୍ଟଙ୍କ ପୂର୍ବ ଆଦେଶ ବିରୋଧରେ ଆବେଦନ କରିବାର ସପ୍ତାହେ ପରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରାନ୍ଧୀର ଜୈସୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଭାରତୀୟ ନାଗରିକ ଆଇନ ଟିମ କୋର୍ଟଙ୍କ ଆଦେଶର ଏକ ନକଲ ପାଇଛନ୍ତି ଯାହାକୁ ସେ ଏକ ‘ଗୋପନୀୟ ଦଲିଲ’ ବୋଲି ବର୍ଣ୍ଣନା କରିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “କତାରର ଏକ ଅପିଲ୍ କୋର୍ଟ ଡିସେମ୍ବର ୨୮ ରେ ଏହି ରାୟ ଦେଇଛନ୍ତି। ପରବର୍ତ୍ତୀ ସମୟରେ, ଆମେ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛୁ। ଏଥିରେ ବିସ୍ତୃତ ଭାବେ ଦର୍ଶାଯାଇଛି ଯେ ମୃତ୍ୟୁଦଣ୍ଡକୁ ପରିବର୍ତ୍ତନ କରାଯାଇଛି।

ପ୍ରକାଶ ଯେ, ଭାରତୀୟ ନୌସେନାର ପୂର୍ବତନ କର୍ମଚାରୀଙ୍କୁ ଦିଆଯାଇଥିବା ଜେଲ ଦଣ୍ଡ ତିନି ବର୍ଷରୁ ୨୫ ବର୍ଷ ମଧ୍ୟରେ ରହିଛି। ପୂର୍ବତନ ନୌସେନା କର୍ମଚାରୀଙ୍କୁ ୨୬ ଅକ୍ଟୋବରରେ କାତାର କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିଲା।

Get real time updates directly on you device, subscribe now.