ଅମାନୁଷିକ କାଣ୍ଡ: 80 ବର୍ଷୀୟ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, 4 ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ

ତାମିଲନାଡ଼ୁରେ ଚାଞ୍ଚଲ୍ୟ । 80 ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ । ଏଭଳି ଏକ ଅମାନବୀୟ କାଣ୍ଡ ଘଟିଛି ତାମିଲନାଡ଼ୁ କୁଡ୍ଡାଲୋରର ପାନରୁଟ୍ଟୀ ଅଞ୍ଚଳରେ ।

ଚେନ୍ନାଇ: ତାମିଲନାଡ଼ୁରେ ଚାଞ୍ଚଲ୍ୟ । 80 ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ । ଏଭଳି ଏକ ଅମାନବୀୟ କାଣ୍ଡ ଘଟିଛି ତାମିଲନାଡ଼ୁ କୁଡ୍ଡାଲୋରର ପାନରୁଟ୍ଟୀ ଅଞ୍ଚଳରେ । ବୃଦ୍ଧା ମହିଳା ତାଙ୍କ ପୁଅ ସହିତ ରହୁଥିଲେ। ସୋମବାର ଅର୍ଥାତ୍ ଜୁନ୍ 16 ତାରିଖ ସନ୍ଧ୍ୟାରେ ମହିଳା ବାହାରକୁ ଇଭିନିଙ୍ଗ ୱାକ୍ କରିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ତେବେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରିବା ସହିତ ତାଙ୍କଠାରୁ ସୁନା ଅଳଙ୍କାର ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି।

ପୋଲିସ ସୂତ୍ର ଅନୁଯାୟୀ, ତାଙ୍କ ପୁଅ ସହିତ ରହୁଥିବା ବୃଦ୍ଧା ମହିଳା ନିୟମିତ ସନ୍ଧ୍ୟା ବୁଲିବାକୁ ଯାଆନ୍ତି । ଏହି ସମୟରେ କିଛି ଯୁବକ ତାଙ୍କୁ ଅଟକାଇ ଅପହରଣ କରିଥିଲେ ଏବଂ ତାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ଏହା ପରେ ତାଙ୍କୁ ‘ଗଣଦୁଷ୍କର୍ମ’ କରାଯାଇଥିଲା। ଏହି ସମୟରେ ତାଙ୍କ ମୁହଁ ବନ୍ଦ କରିବା ପାଇଁ ତାଙ୍କ ପାଟିରେ ଦୁର୍ବୃତ୍ତମାନେ କାଦୁଅ ମାଟି ଭର୍ତ୍ତି କରିଦେଇଥିବା ଅଭିଯୋଗ ହୋଇଛି।

ରିପୋର୍ଟ ଅନୁଯାୟୀ, ଗାଁ ଲୋକେ ମହିଳାଙ୍କୁ ଅଚେତ ଅବସ୍ଥାରେ ପାଇ ଜିଲ୍ଲା ସରକାରୀ ଡାକ୍ତରଖାନାକୁ ନେଇଗଲେ। ଯେଉଁଠାରେ ମହିଳାଙ୍କ ଚିକିତ୍ସା ଚାଲିଛି। ଅଭିଯୋଗ ହୋଇଛି ଯେ ଦୁର୍ବୃତ୍ତମାନେ ବୃଦ୍ଧା ମହିଳାଙ୍କଠାରୁ 8 ଗ୍ରାମର ସୁନା ଅଳଙ୍କାର ମଧ୍ୟ ଲୁଟି ନେଇଛନ୍ତି ।

ପାନରୁଟ୍ଟୀ ପୋଲିସ ଏନେଇ ଏକ ମାମଲା ରୁଜ୍ଜୁ କରି ଏହି ଜଘନ୍ୟ ଅପରାଧର ତଦନ୍ତ ଆରମ୍ଭ କରିଛି। ଏହି ଜଘନ୍ୟ ଅପରାଧ ପଛରେ ଥିବା ଅପରାଧୀଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ ତଦନ୍ତ ଜାରି ରହିଛି।