fbpx

୫ମ ଶ୍ରେଣୀ ପାଠ ଦେଖି ସମସ୍ତଙ୍କର ମୁଣ୍ଡ ଘୂରିଗଲା: ୮୦ ବର୍ଷର ପୁରୁଣା ପ୍ରଶ୍ନପତ୍ର ଶେୟାର କଲେ IAS ଅଧିକାରୀ

Advertisement

ନୂଆଦିଲ୍ଲୀ: ଆଜିକାଲି ମଣିଷ ତଥା ପଶୁପକ୍ଷୀଙ୍କ ଉପରେ ଆଧାରିତ ପ୍ରତ୍ୟେକ ଘଟଣା, ପ୍ରତ୍ୟେକ କାର୍ଯ୍ୟକଳାପ କମ୍ ସମୟ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯାଇଥାଏ । ତେବେ ଏହା ମଧ୍ୟରେ ସୋସିଆଲ ମିଡ଼ିଆରେ କିଛି ପୁରୁଣା ପ୍ରଶ୍ନପତ୍ର ଭାଇରାଲ ହୋଇଛି । ବିଗତ ଦିନରେ ୫ମ ଶ୍ରେଣୀ ପାଠ କେତେ ଯେ କଷ୍ଟ ଥିଲା ତାହା ଏହି ଭାଇରାଲ ପ୍ରଶ୍ନପତ୍ରରୁ ସ୍ପଷ୍ଟ ଭାବେ ଅନୁମେୟ ହୋଇଛି ।

ସୂଚନା ମୁତାବକ, ଜଣେ ପୂର୍ବତନ ଆଇଏଏସ ଅଧିକାରୀ ସୋସିଆଲ ମିଡ଼ିଆରେ ନିକଟରେ ୮୦ ବର୍ଷର ତଳର କିଛି ପ୍ରଶ୍ନପତ୍ର ଶେୟାର କରିଥିଲେ । ୫ମ ଶ୍ରେଣୀର ଏହି ପ୍ରଶ୍ନପତ୍ର ଅତି ସହଜ ଥିବା ବୋଲି ଅଧିକାଂଶ ଲୋକ ଭାବୁଥିବେ । ମାତ୍ର ଦେଖିବାକୁ ମିଳିଥିଲା ସମ୍ପୂର୍ଣ୍ଣ ବିପରୀତ । ୫ମ ଶ୍ରେଣୀର ଏହି ବାଣିଜ୍ୟ ପ୍ରଶ୍ନପତ୍ର ଛୋଟ ପିଲାଙ୍କ ବ୍ରେନ ହିସାବରେ ବହୁତ କଷ୍ଟସାଧ୍ୟ ଥିଲା ବୋଲି ଅନେକ ମତଦେଇଛନ୍ତି ।

ସମୟ ବଦଳିବା ସହିତ ସ୍କୁଲର ସିଲାବସ ଓ ପାଠପଢ଼ାର ଢାଞ୍ଚା ବଦଳିବାରେ ଲାଗିଛି । ଏପରି ସ୍ଥିତିରେ ୮୦ ବର୍ଷ ପୂର୍ବରୁ ୫ମ ଶ୍ରେଣୀରେ କିପରି ପାଠପଢ଼ା ହେଉଥିଲା ତାହା ଭାବିଲା ବେଳକୁ ଅଜବ ଲାଗେ । ତେବେ ଏହି ଭାଇରାଲ ପ୍ରଶ୍ନ ଦେଖିବା ପରେ ଲୋକଙ୍କର ମୁଣ୍ଡ ଘୂରି ଯାଇଥିଲା । ଯେହେତୁ ଏହି ପ୍ରଶ୍ନଗୁଡ଼ିକ ଅତ୍ୟନ୍ତ କଠିନ ଥିଲା ତେଣୁ ୫ମ ଶ୍ରେଣୀର ପିଲାମାନେ ତାହାକୁ କିପରି ସମାଧାନ କରୁଥିଲେ ସେନେଇ ସମସ୍ତେ ଭାବୁକ ହୋଇ ପଡ଼ିଥିଲେ ।

ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ବଦ୍ରି ଲାଲ ସ୍ୱର୍ଣ୍ଣକାର ଟ୍ୱିଟରରେ ଏହି ପୋଷ୍ଟ ଶେୟାର କରିଥିଲେ । ଉକ୍ତ ପେପରରେ ଫୁଲ୍ ମାର୍କ ୧୦୦ ରହିଥିବା ବେଳେ ପାସ୍ ମାର୍କ ୩୩ ରହିଥିଲା । ଏହି ପେପର ପାଇଁ ଅଢ଼େଇ ଘଣ୍ଟା ସମୟ ରହିଥିବା ବେଳେ ଆକାଉଣ୍ଟାନ୍ସି ସମ୍ବନ୍ଧୀୟ ୧୦ଟି ପ୍ରଶ୍ନ ରହିଥିଲା ।

Get real time updates directly on you device, subscribe now.