ସ୍ତ୍ରୀ’କୁ କାଖେଇ ବୁଲୁଛନ୍ତି ୮୧ ବର୍ଷୀୟ ବୃଦ୍ଧ… ହୃଦୟବିଦାରକ ଦୃଶ୍ୟ ଦେଖି ଆଖିରେ ରହୁନି ଲୁହ
ସ୍ତ୍ରୀଙ୍କୁ ନେଇ ବେଶ୍ ଗର୍ବିତ ବୃଦ୍ଧ ସ୍ୱାମୀ । ସେଥିପାଇଁ ଅସୁସ୍ଥ ସ୍ତ୍ରୀକୁ କାଖେଇ ବୁଲୁଛନ୍ତି ବୃଦ୍ଧ ।
ଓଡ଼ିଶା ଭାସ୍କର: କଥାରେ ଅଛି ବାହାଘର ମାନେ ସାତ ଜନ୍ମର ସାଥୀ । ଉଭୟ ସ୍ୱାମୀ ଓ ସ୍ତ୍ରୀ ନିଜ ସମ୍ପର୍କକୁ ଯେତେ ସୁରୁଖୁରୁରେ ଚଲେଇବେ ସେମାନଙ୍କ ଜୀବନ ସେତେ ଭଲରେ ଚାଲିବ । କିନ୍ତୁ ସ୍ୱାମୀ-ସ୍ତ୍ରୀ ବୁଢ଼ା ହୋଇଗଲା ପରେ ପିଲାମାନେ ତାଙ୍କ ସାହାରା ପାଲଟନ୍ତି ।
ମୋ ସ୍ତ୍ରୀ ବହୁତ ଭଲ: ହେଲେ ଯେତେବେଳେ ନିଜ ଜନ୍ମକଲା ପିଲାଛୁଆ ପର କରିଦିଅନ୍ତି, ସେତେବେଳେ ବୁଢ଼ା ବାପା-ମା’ଙ୍କ ଆଶ୍ରା ସେମାନେ ପରସ୍ପର ହିଁ ପାଲଟିଥାନ୍ତି । ଏଇ ଯେମିତି ଦେଖିବାକୁ ମିଳିଛି ବାଲେଶ୍ୱରର ଜଣେ ବୃଦ୍ଧ ଦମ୍ପତିଙ୍କ କ୍ଷେତ୍ରରେ ।
ମୁଁ ତାକୁ ବହୁତ ଭଲପାଏ: ଅସୁସ୍ଥ ସ୍ତ୍ରୀକୁ କାନ୍ଧରେ ବୋହି ବୁଲୁଛି ବୃଦ୍ଧ । ୪ ପୁଅ ଓ ୨ ଝିଅ ଥାଇ ମଧ୍ୟ ବୁଢ଼ା ବୁଢ଼ୀ ଏବେ ନିଜେ ନିଜର ସାହାରା ପାଲଟିଛନ୍ତି । ମାସେରୁ ଅଧିକ ଦିନ ସ୍ତ୍ରୀକୁ ଡାକ୍ତରଖାନାରେ ରଖିବା ପରେ ଡିସଚାର୍ଜ କରି ବସକୁ ଅପେକ୍ଷା କରି ବସିଥିବାର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ମୋ ସହ ସଂସାର କରିଛି: ସୁଲଚନା ସେଠୀ ଚାଲିପାରୁ ନ ଥିବାବେଳେ ସ୍ୱାମୀ ତାଙ୍କୁ କାନ୍ଧରେ ବୋହି ବୁଲୁଛନ୍ତି । ସେ କୁହନ୍ତି, ସୁଲଚନା ବେଶ୍ ଗୁଣବତୀ, ତାଙ୍କ ହାତ ଧରି ସଂସାର କରିଛି, ଏପରି ସ୍ଥିତିରେ ତାଙ୍କ ହାତ ଛାଡ଼ିବି କେମିତି ବୋଲି କହିଛନ୍ତି ବୃଦ୍ଧ ଜଣକ ।
ଏଥିସହ ସେ ସ୍ତ୍ରୀଙ୍କୁ ଖୁବ୍ ଭଲପାଉଥିବା ମଧ୍ୟ କହିଛନ୍ତି । ଦେହ ଖରାପ ହେବା ପରଠାରୁ ସେ ତାଙ୍କ ଯତ୍ନ ନେଉଛନ୍ତି ।