Breaking: ୮୨ ଏକର ଜଙ୍ଗଲରେ ହୋଇଥିଲା ଗଞ୍ଜେଇ ଚାଷ, ପୋଲିସ ଓ ରାଜସ୍ୱ ବିଭାଗ କଲା ମିଳିତ ଚଢ଼ାଉ

ଗଜପତି: ଜଗପତି ପୋଲିସ ପକ୍ଷରୁ ଅପରେଶନ୍ ଗ୍ରୀନ୍ କ୍ଲିନ୍ ଅଭିଯାନ ଆରମ୍ଭ ହୋଇଯାଇଛି । ରାଇପଙ୍କା ଗ୍ରାମ ପଞ୍ଚାୟତ ସିକିଲିମା ଓ ଗୁଞ୍ଜିପଦରର ଗ୍ରାମ ନିଟକରେ ଥିବା ଜଙ୍ଗଲ ଜମିରେ ବେଆଇନ୍ ଗଞ୍ଜେଇ ଚାଷ କରାଯାଇଥିଲା । ଅଡବା ଥାନା ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା । ପାଖାପାଖି ୮୨ ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ୧ ଲକ୍ଷ ୬୪ ହଜାର ଗଛ ନଷ୍ଟ କରାଯାଇଛି । ଯାହାର ବଜାର ମୂଲ୍ୟ ୧୭ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏ ନେଇ ଅଡବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ୭ ପ୍ଲାଟୁନ ପୋଲିସ, ଅବକାରୀ ବିଭାଗ, ରାଜସ୍ୱ ଏବଂ ବନ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ମିଳିତ ଚଢ଼ାଉ କରାଯାଇଥିଲା ।