fbpx

ବକ୍ସ ଅଫିସରେ ଅକ୍ଷୟ କୁମାରଙ୍କ ଜଲଓ୍ଵା କାଏମ, ଅଷ୍ଟମ ଦିନରେ ଏତିକି ଆୟ କଲା ‘ସୂର୍ଯ୍ୟବଂଶୀ’

ନୂଆଦିଲ୍ଲୀ : କରୋନା ଭାଇରସ୍ କାରଣରୁ ଲମ୍ବା ସମୟ ଧରି ସମଗ୍ର ଦେଶରେ ବନ୍ଦ ପଡିଥିଲା ସିନେମାଘର। ଯେତେବେଳେ ଖୋଲିଲା ଲାଗୁଥିଲା, ଥିଏଟର୍ସ ବା ସିନେମାଘର ଟ୍ରାକକୁ ଫେରିବାକୁ ସମୟ ଲାଗିବ। ହେଲେ ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଏସବୁକୁ ଭୁଲ୍ ପ୍ରମାଣିତ କରିଛି। ବକ୍ସ ଅଫିସରେ ଧମାଲ ମଚାଇଛି ‘ସୂର୍ଯ୍ୟବଂଶୀ’। ବକ୍ସ ଅଫିସର ତଥ୍ୟ ଦେଖିଲେ ଲାଗୁଛି ଯେ, ସିନେମା ପ୍ରେମୀ ବୋଧହୁଏ ସିନେମା ହଲ୍ ଖୋଲିବାକୁ ଅପେକ୍ଷା କରି ରହିଥିଲେ।

ବକ୍ସ ଅଫିସରେ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ କ୍ରମାଗତ ଭଲ ପ୍ରଦର୍ଶନ କରୁଛି। କରୋନା କାରଣରୁ ଏହି ଫିଲ୍ମଟି ରିଲିଜ୍ ହୋଇ ପାରିନଥିଲା। ଶେଷରେ ଫିଲ୍ମ ନଭେମ୍ବର ୫ରେ ପରଦାକୁ ଆସିଲା। ରିଲିଜ୍ର ପ୍ରଥମ ଦିନରେ ହିଁ ‘ସୂର୍ଯ୍ୟବଂଶୀ’ ବକ୍ସ ଅଫିସରେ ହଙ୍ଗାମା ଆରମ୍ଭ କରିଥିଲା ଏବଂ ଦେଖୁ ଦେଖୁ ଫିଲ୍ମଟି ୧୦୦ କୋଟିରୁ ଅଧିକ ବ୍ୟବସାୟ କରି ସାରିଲାଣି।

ଏହି ଫିଲ୍ମଟି ନିଜ ରିଲିଜର ଅଷ୍ଟମ ଦିନରେ ମଧ୍ୟ ଟଙ୍କା ବର୍ଷା କରିଛି। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ଵିଟ୍ କରି ଫିଲ୍ମର ବକ୍ସ ଅଫିସ କଲେକ୍ସନ ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ଅନୁଯାୟୀ, ‘ସୂର୍ଯ୍ୟବଂଶୀ’ ଅଷ୍ଟମ ଦିନରେ ମୋଟ୍ ୬.୮୩ କୋଟି ଟଙ୍କା ବ୍ୟବସାୟ କରିଛି। ଏହାକୁ ମିଶାଇ ଚଳଚ୍ଚିତ୍ରର ମୋଟ୍ ଆୟ ୧୨୭.୪୯ କୋଟି ଟଙ୍କାରେ ପହଞ୍ଚିଛି। ଆୟ ମାମଲାରେ ଫିଲ୍ମଟି ରୋହିତ ସେଟ୍ଟୀଙ୍କ ଆଶାନୁରୂପ ହୋଇଛି।

ସୂର୍ଯ୍ୟବଂଶୀର ଓଟିଟି ରିଲିଜ୍ ପାଇଁ ନିର୍ମାତା ନେଟଫ୍ଲିକ୍ସ ସହିତ ମୋଟା ଅଙ୍କର ଡିଲ୍ କରିଛନ୍ତି। ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ନେଟଫ୍ଲିକ୍ସ ୧୦୦ କୋଟି ଟଙ୍କାରେ କିଣିଛି। ଏହି ଫିଲ୍ମ ନେଟଫ୍ଲିକ୍ସରେ ଡିସେମ୍ବର ୪ରେ ପ୍ରସାରଣ ହେବ। ଶୀଘ୍ର ନିର୍ମାତା ଫିଲ୍ମର ଓଟିଟି ରିଲିଜ ଡେଟ୍ ଘୋଷଣା କରି ପାରନ୍ତି।

Get real time updates directly on you device, subscribe now.