fbpx

ରାଜ୍ୟରେ ଥମୁନି ତାତି: ୪୦ ଡିଗ୍ରୀ ଉପରେ ରାଜ୍ୟର ୯ ସହର

ଭୁବନେଶ୍ୱର,୩୦ ।୪(ଓଡିଶା ଭାସ୍କର): ରାଜ୍ୟରେ ଥମୁନି ତାତି । ଆଜି ବି ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି । ୪୨.୮ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବଲାଙ୍ଗିର ।

ଏହା ସହ ସୁନ୍ଦରଗଡ଼ରେ ୪୨.୫, ଅନୁଗୁଳରେ ୪୧.୭, ସୋନପୁରରେ ୪୧.୩, ଭବାନୀପାଟଣା, ଟିଟିଲାଗଡ ଓ ବୌଦ୍ଧରେ ୪୧ ଡିଗ୍ରୀ ତାପମାତ୍ରା, ସମ୍ବଲପୁରରେ ୪୦.୧ ଓ ଝାରସୁଗୁଡାରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଫୁଲବାଣୀରେ ୩୯.୮, ତାଳଚେରରେ ୩୯.୫, ହୀରାକୁଦରେ ୩୮.୬, ଭୁବନେଶ୍ୱରରେ ୩୮.୧, ନୟାଗଡ଼ରେ ୩୮, ବାରିପଦାରେ ୩୭.୬, ମାଲକାନଗିରି ଓ ପାରଳାଖେମୁଣ୍ଡିରେ ୩୭.୫, କେନ୍ଦୁଝରରେ ୩୬.୮, ଚାନ୍ଦବାଲିରେ ୩୬.୭, କଟକରେ ୩୬.୪, କୋରାପୁଟରେ ୩୫.୫, ଦାରିଙ୍ଗବାଡିରେ ୩୪.୫, ବାଲେଶ୍ୱରରେ ୩୪.୨, ପୁରୀରେ ୩୩.୨, ଗାପାଳପୁରରେ ୩୨.୮, ପାରାଦୀପ ଓ ଛତ୍ରପୁରରେ ୩୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.