fbpx

ଏକାଠି ହେଲେ ବିରୋଧୀ: ନୂଆ ସଂସଦ ଭବନ ଉଦଘାଟନୀ ଉତ୍ସବକୁ ବୟକଟ ଘୋଷଣା କଲେ ୯ଟି ଦଳ

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଉଦଘାଟନ କରିବେ । ଗତ ୧୮ ତାରିଖରେ ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟ୍ରପତି ନୂଆ ସଂସଦ ଭବନକୁ ଉଦଘାଟନ କରିବା ଉଚିତ ବୋଲି କଂଗ୍ରେସ ସହିତ ବହୁ ବିରୋଧୀ ଦଳ ଦାବି କରିଛନ୍ତି । ଏହା ମଧ୍ୟରେ ବହୁ ବିରୋଧୀ ଦଳ ନୂଆ ସଂସଦ ଭବନ ଉଦଘାଟନୀ ଉତ୍ସବରୁ ନିଜକୁ ଦୂରେଇ ରଖିଛନ୍ତି ।

ସୂଚନା ମୁତାବକ, ଏହା ମଧ୍ୟରେ ୯ଟି ଦଳ ନୂଆ ସଂସଦ ଭବନର ଉଦଘାଟନୀ ଉତ୍ସବକୁ ବୟକଟ୍ କରିଛନ୍ତି । କଂଗ୍ରେସ ସମେତ ବହୁ ଦଳ ଏନେଇ ବିଜେପିକୁ ଘେରିବା ଆରମ୍ଭ କରିଦେଇଛନ୍ତି । ଏଥିସହିତ ଉକ୍ତ ଦିବସରେ ସଭରକରଙ୍କ ଜୟନ୍ତୀ ପଡ଼ୁଥିବାରୁ ସେହି ତାରିଖକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏହା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପମାନ ବୋଲି ବିରୋଧୀ ପକ୍ଷରୁ କୁହାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂଆ ସଂସଦ ଭବନ ଉଦଘାଟନ କରାଯିବା ସାମ୍ବିଧାନିକ ଭାବେ ଠିକ୍ ନୁହେଁ ବୋଲି ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି । ବିଜେପି ଆଦିବାସୀ ଓ ପଛୁଆ ସମ୍ପ୍ରଦାୟଙ୍କ ଅପମାନ କରୁଥିବା ଆମ ଆଦମୀ ପାର୍ଟି (ଆପ) ପକ୍ଷରୁ କୁହାଯାଇଛି । ପିଏମଙ୍କ ଦ୍ୱାରା ଉଦଘାଟନକୁ ନେଇ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ପକ୍ଷରୁ ବିରୋଧ କରାଯାଇଛି । ପ୍ରଧାନମନ୍ତ୍ରୀ କାହିଁକି ଉଦଘାଟନ କରିବେ ବୋଲି ଏଆଇଆଇଏ ମୁଖ୍ୟ ଅସଦୁଦ୍ଦିନ ଓୱେସୀ କହିଛନ୍ତି । ତେବେ ବୟକଟକୁ ନେଇ କଂଗ୍ରେସ ସସପେନ୍ସ ମଧ୍ୟରେ ରହିଛି ଅନ୍ୟପକ୍ଷରେ ଆରଜେଡି, ଜେଡିୟୁ, ଟିଏମସି, ଆପ, ଉଦ୍ଧବ ଗ୍ରୁପର ଶିବସେନା, ସମାଜବାଦୀ ପାର୍ଟି, ଏନସିପି, ସିପିଆଇ ଓ ସିପିଆଇ(ଏମ) ଅଫିସିଆଲ ଭାବେ ବୟକଟ ଘୋଷଣା କରିସାରିଛନ୍ତି ।

Get real time updates directly on you device, subscribe now.