fbpx

ରାଜ୍ୟରେ ୯ହଜାର ୨୦୦ କନିଷ୍ଠ ଶିକ୍ଷକଙ୍କୁ କରାଯିବ ନିୟମିତ: ପ୍ରସ୍ତାବକୁ ଅନୁମୋଦନ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟରେ ୯ହଜାର ୨୦୦ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । ଏହା ଆଧାରରେ ବିଦ୍ୟାଳୟ ଓ ଗଣିଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଲେଖାଯାଇଛି । ପତ୍ର ଅନୁସାରେ ସହକାରୀ ଶିକ୍ଷକ ଗ୍ରେଡ୍‍ ଲେବଲ-୫ ପ୍ରାଥମିକ କ୍ୟାଡରଭୁକ୍ତ କରାଯାଇ ଶିକ୍ଷକମାନଙ୍କୁ ନିୟମିତ କରାଯିବ । ନିରବଚ୍ଛିନ୍ନ ଭାବେ ୬ ବର୍ଷ ଚାକିରୀ କରିଥିବେ ଏବଂ ସେମାନଙ୍କ ଶିକ୍ଷାଦାନରେ ସରକାର ସନ୍ତୁଷ୍ଟ ଥିବା ଶିକ୍ଷକମାନଙ୍କୁ ନିୟମିତ କରାଯିବ । ଶିକ୍ଷକମାନଙ୍କୁ ନିୟମିତ ପତ୍ର ଦେବା ପୂର୍ବରୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ତାଲିମ ପ୍ରମାଣପତ୍ର ଏବଂ ଜାତିଗତ ପ୍ରମାଣପତ୍ର ଯାଞ୍ଚ କରି ଦାଖଲ କରିବାକୁ କୁହାଯାଇଛି ।

ତେବେ ୯୨୦୦ କନିଷ୍ଠ ଶିକ୍ଷକଙ୍କୁ ସହକାରୀ ଶିକ୍ଷକ ଗ୍ରେଡ୍‌ ଲେଭଲ-୫ (ଏ) ପ୍ରାଥମିକ କ୍ୟାଡର ଭୁକ୍ତ କରାଯାଇ ନିୟମିତ କରାଯିବ। ଶିକ୍ଷା ସହାୟକ ତଥା କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ବିଭାଗ ପକ୍ଷରୁ ୨୦୧୧ ମସିହାରେ ହୋଇଥିବା ଚିଠି ଅନୁଯାୟୀ ସୁବିଧା ଦିଆଯିବ। ଓଆର୍‌ଏସ୍‌ପି ୨୦୧୭ ଅନୁଯାୟୀ ଲେଭଲ-୬ ପେ’ ସ୍କେଲ୍‌ ପ୍ରଦାନ କରାଯିବ। ୬ବର୍ଷ ପୂରଣ କରିଥିବା ଦିନଠାରୁ ହିଁ ବକେୟା ଭାବେ ଦରମା ପ୍ରଦାନ କରାଯିବ। ଅଣତାଲିମପ୍ରାପ୍ତ ଏବଂ ଓଟିଇଟି ଉତ୍ତୀର୍ଣ୍ଣ ହୋଇ ନ ଥିଲେ ସେମାନଙ୍କୁ ନିୟମିତ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ। ତେବେ ନିୟମିତ ନିଯୁକ୍ତିପତ୍ର ଦେବା ପୂର୍ବରୁ ଜିଲା ପ୍ରକଳ୍ପ ସଂଯୋଜକ ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର, ତାଲିମ ପ୍ରମାଣପତ୍ର ଏବଂ ଜାତିଗତ ପ୍ରମାଣପତ୍ର ଆଦି ଯାଞ୍ଚ କରିବା ସହ ବିଭାଗ ନିକଟରେ ଦାଖଲ କରିବାକୁ ସୁନିଶ୍ଚିତ କରିବେ।

Get real time updates directly on you device, subscribe now.