fbpx

ଦିଲ୍ଲୀରେ ବଢ଼ୁଛି କରୋନା, ଗୋଟିଏ ନୁହେଁ ୯ ଭାରିଆଣ୍ଟ ମଚାଉଛନ୍ତି ହାହାକାର… ରିସର୍ଚ୍ଚରୁ ହେଲା ଖୁଲାସା

ନୂଆଦିଲ୍ଲୀ: ଦେଶର ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖାଯାଉଛି । ଫଳରେ ସରକାର ଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ଚିନ୍ତା ବଢ଼ିଛି । ବିଶେଷ କରି ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ଦିଲ୍ଲୀରେ ୧୦୦୯ କେସ ସାମ୍ନାକୁ ଆସିଥିବା ଜଣକର ମୃତ୍ୟୁ ହୋଇଛି । ପୂର୍ବରୁ ମଙ୍ଗଳବାର ୬୦୦ ସଂକ୍ରମଣ ସାମ୍ନାକୁ ଆସିଥିଲା ।

ଦେଶର ରାଜଧାନୀ ଦିଲ୍ଲୀରେ କରୋନାର ଓମିକ୍ରନ ଭାରିଆଣ୍ଟରେ ବୃଦ୍ଧି ଦେଖିବାକୁ ମିଳୁଛି । ସରକାରୀ ସୂତ୍ର ଅନୁଯାୟୀ ଓମିକ୍ରନର ବିଏ ୨.୧୨.୧ ସହ ୯ ସବ୍ ଭାରିଆଣ୍ଟର ଉପସ୍ଥିତି ରହିଛି । ଏହାର ଖୁଲାସା ସାମ୍ପୁଲର ଜିନୋମ ସିକ୍ୱେନ୍ସିଂ ପରେ ଜଣାପଡ଼ିଥିଲା । ଏହା ପୂର୍ବରୁ ବୁଧବାର ଏକ ରିପୋର୍ଟ ସାମ୍ନାକୁ ଆସିଥିଲା ଯେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଦିଲ୍ଲୀରେ କରୋନାରେ ମରିଥିବା ଲୋକଙ୍କ ମଧ୍ୟରେ ୯୭ ପ୍ରତିଶତ ଲୋକ ଓମିକ୍ରନ ସଂକ୍ରମିତ ଥିଲେ ।

ସୂଚନାଯୋଗ୍ୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଫେବୃଆରୀରେ କହିଥିଲା ଯେ ଓମିକ୍ରନର ବିଏ.୨ ସବ ଭାରିଆଣ୍ଟ ବିଏ.ବ ତୁଳନାରେ ଅଧିକ ସଂକ୍ରାମକ । ଅବଶ୍ୟ ଏଥିରେ ଚିନ୍ତାର କାରଣ ନାହିଁ ।

ଦିଲ୍ଲୀର ଏଲଏନଜେପି ହସ୍ପିଟାଲର ଏମଡି ଡା. ସୁରେଶ କୁମାରଙ୍କ କହିବା ଅନୁଯାୟୀ ଦିଲ୍ଲୀରେ କୋଭିଡ ମାମଲା ବଢ଼ୁଛି, କିନ୍ତୁ ହସ୍ପିଟାଲରେ କମ୍ ଭର୍ତ୍ତି ହେଉଛନ୍ତି । ୯୯% ବେଡ୍ ଖାଲି ରହିଛି

Get real time updates directly on you device, subscribe now.