fbpx

ମେଟ୍ରୋ ଟ୍ରେନରେ ଯାତାୟାତା ସମୟରେ ୯୦% ଯାତ୍ରୀମାନେ ଏହି ଭୁଲ କରିଥାନ୍ତି…

ନୂଆଦିଲ୍ଲୀ: ଦିନକୁ ଦିନ ମେଟ୍ରୋ ଷ୍ଟେସନରେ ଦୁର୍ଘଟଣାର ମାମଲା ବୃଦ୍ଧି ପାଇବାରେ ଲାଗିଛି । ଯଦି ଆପଣ ଦିଲ୍ଲୀ, ନୋଏଡ଼ା, ବାଙ୍ଗାଲୋର, ମୁମ୍ବାଇ ଭଳି ଅନ୍ୟ ମେଟ୍ରୋ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଏହି ଖବର ଆଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ(DMRC) ଙ୍କ କହିବାନୁଯାୟୀ ମେଟ୍ରୋ ଟ୍ରେନରେ ଯାତ୍ରା କରୁଥିବା ସମୟରେ ପ୍ରାୟ ୯୦% ଲୋକମାନେ ଅସାବଧାନତା ଯୋଗୁଁ ବିପଦର ସମ୍ମୁଖୀନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ୩ଟି ଭୁଲ ବିଷୟରେ DMRC ପକ୍ଷରୁ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି ।

୧. ପ୍ରଥମ ଭୁଲ: ଯାତ୍ରୀମାନେ ଦୌଡ଼ି ଦୌଡ଼ି ମେଟ୍ରୋ ଟ୍ରେନରେ ଚଢ଼ିଥାନ୍ତି । ଏହି ଠେଲା ପେଲାରେ ଦୁର୍ଘଟଣା ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । ପ୍ରତ୍ୟେକ ୫ରୁ ୧୦ ମିନିଟ ବ୍ୟବଧାନରେ ମେଟ୍ରୋ ଟ୍ରେନ ଉପଲବ୍ଧ । ତେଣୁ ଯାତ୍ରୀମାନେ ନିଜ ସୁରକ୍ଷା ଦୃଷ୍ଟିରୁ ଅପେକ୍ଷା କରିବା ଉଚିତ ।

୨. ଦ୍ୱିତୀୟ ଭୁଲ: ମେଟ୍ରୋ ଟ୍ରେନର କବାଟ ଖୋଲିବା କ୍ଷଣି ଲେକମାନେ ଚଢ଼ିବାରେ ବ୍ୟସ୍ତ ଥାନ୍ତି । ମେଟ୍ରୋ ଟ୍ରେନର କବାଟ ଖୋଲିବା ଏବଂ ବନ୍ଦ ହେବା ବିଷୟରେ ଯାତ୍ରୀମାନେ ଜାଣିବା ଉଚିତ । ନଚେତ ଦୁର୍ଘଟଣାର ଶିକାର ହୋଇପାରନ୍ତି ।

୩. ତୃତୀୟ ଭୁଲ: ଯାତ୍ରୀମାନେ ମେଟ୍ରୋ ଷ୍ଟେସନରେ ହେଉଥିବା ଆନାଉନ୍ସମେଣ୍ଟ ଓ ମେଟ୍ରୋ ଟ୍ରେନର ସିଗନାଲ ଉପରେ ବିଶେଷ ଧ୍ୟାନ ଦିଅନ୍ତି ନାହିଁ । ସେହି ସମୟରେ କାନରେ ଇୟର ଫୋନ୍ ଏବଂ ମୋବାଇଲରେ ବ୍ୟସ୍ତ ଥିବା କାରଣରୁ ଚଢ଼ିବା ଏବଂ ଓହ୍ଲେଇବା ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

DMRCର କହିବାନୁଯାୟୀ ମେଟ୍ରୋ ଟ୍ରେନର କବାଟ କେବଳ ୨୦ ସେକେଣ୍ଡ ପାଇଁ ଖୋଲା ରହିଥାଏ । ମେଟ୍ରୋ ଟ୍ରେନର ପ୍ରତ୍ୟେକ ପ୍ରବେଶ ଦ୍ୱାରରେ ଏକ ବଲ୍ ଜଳିଥାଏ । ହଳଦିଆ ବଲ୍ ଜଳିଲେ କବାଟ ଖୋଲିଥାଏ ଏବଂ କବାଟ ବନ୍ଦ ହେବା ସମୟରେ ସେନ୍ସର ଶବ୍ଦ କରିବା ସହ କିଛି ସମୟ ବଲ୍ ଧପ୍ ଧପ୍ ହୋଇଥାଏ ଏବଂ ତା ପରେ ବନ୍ଦ ହୋଇଯାଏ । ସୁରକ୍ଷା ଦୃଷ୍ଟିରୁ ମେଟ୍ରୋ ଟ୍ରେନରେ ସାଇଡ୍ ମିରର ଏବଂ ଡବଲ ଗେଟ୍ ରହିଥାଏ । କିନ୍ତୁ ଯେଉଁଠାରେ ଏହି ସୁବିଧା ଉପଲବ୍ଧ ନାହିଁ ସେଠାରେ ଅଧିକ ସତର୍କ ରହିବା ଆବଶ୍ୟକ ।

Get real time updates directly on you device, subscribe now.