fbpx

ଦେଶରେ ମୃତ୍ୟୁସଂଖ୍ୟା ୯ ଶହ ଟପିଲା, ୧ ଲକ୍ଷ ୬୮ ହଜାର ସଂକ୍ରମିତ

ନୂଆଦିଲ୍ଲୀ, ୧୨ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୯୦୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୦ ହଜାର ୧୭୯କୁ ବୃଦ୍ଧି ପାଇଛି । ଦିନକରେ ୧ ଲକ୍ଷ ୬୮ ହଜାର ୮୭୯ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୫ ଲକ୍ଷ ୨୭ ହଜାର ୭୧୭କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧ ହଜାର ୯ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୨୧ ଲକ୍ଷ ୫୬ ହଜାର ୫୨୯ରେ ପହଞ୍ଚିଛି । ୧୦ କୋଟି ୪୫ ଲକ୍ଷ ୨୮ ହଜାର ୫୬୫ ଜଣ ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.