fbpx

ପ୍ରେମିକ ଆକାଉଣ୍ଟକୁ ୯୭ ଲକ୍ଷ ପଠାଇ ଯୁବତୀ ଗିରଫ: କଲେଜ ଟଙ୍କାକୁ ଫୋନ ପେ’ ଜରିଆରେ…

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବୟଫ୍ରେଣ୍ଡ ପାଇଁ ୯୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଯୁବତୀ । ରାଜଧାନୀ ଉପକଣ୍ଠ ତମାଣ୍ଡେ ସ୍ଥିତ ଇଞ୍ଜିନିୟରିଂ କଲେଜର ଲେଡି ଆକାଉଣ୍ଟାଣ୍ଟଙ୍କୁ ଗିରଫ କରାଯାଇଛି । କଳେଜ ଫି’ ବାବଦକୁ ଆଦାୟ ହୋଇଥିବା ୯୭ ଲକ୍ଷ ଟଙ୍କା ଡିପୋଜିଟ କରିନଥିବା ଅଭିଯୋଗ ହୋଇଛି । ଟଙ୍କା ଡିପୋଜିଟ୍ ନକରି ସେ ନିଜ ବୟଫ୍ରେଣ୍ଡ ପାଖକୁ ପଠାଇଥିବା ସୂଚନା ମିଳିଛି । ବର୍ଷେ ଧରି ଫୋନ୍ ପେ’ ଜରିଆରେ ଟଙ୍କା ପଠାଇଥିବା ଜଣାପଡିଛି ।

ଏନେଇ କଲେଜ କର୍ତ୍ତୃପକ୍ଷ ଜମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ଆକାଉଣ୍ଟାଣ୍ଟଙ୍କୁ ଗିରଫ କରିଛି । ଅନ୍ୟପଟେ ଅଭିଯୁକ୍ତ ବୟଫ୍ରେଣ୍ଡ ସେହି କଲେଜର ଜଣେ ପୂର୍ବତନ ଛାତ୍ର ବୋଲି ଜଣାପଡିଛି । ଯୁବତୀ ଜଣକ ଟଙ୍କାକୁ ବିହାର ଚାଲାଣ କରୁଥିଲେ । ଗିରଫ ହୋଇଥିବା ଆକାଉଣ୍ଟାଣ୍ଟଙ୍କ ନାଁ ପାୟଲ ମହାପାତ୍ର ବୋଲି ସୂଚନା ମିଳିଛି । ସେ ବିହାରରେ ଥିବା ବୟଫ୍ରେଣ୍ଡ ପାଖକୁ ଏହି ସବୁ ଟଙ୍କା ପଠାଇଥିଲେ । ପୋଲିସ ଏବିଷୟରେ ଅଧିକ ସୂଚନା ପାଇଁ ପଚରାଉଚରା ଜାରି ରଖିଛି ।

Get real time updates directly on you device, subscribe now.