fbpx

ଘୁଞ୍ଚିଲା ନବମ ଶ୍ରେଣୀ ପରୀକ୍ଷା, ଏହି ତାରିଖରୁ ଆରମ୍ଭ ହେବ ପ୍ରଥମ ସମେଟିଭ ଆସେସମେଣ୍ଟ ପରୀକ୍ଷା

କଟକ (ଭାସ୍କର ନ୍ୟୁଜ୍‌): ଚଳିତବର୍ଷ ନୂତନ ଢାଞ୍ଚରେ ହେବାକୁ ଥିବା ନବମ ଶ୍ରେଣୀ ପ୍ରଥମ ସମେଟିଭ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ପରୀକ୍ଷା ନିମନ୍ତେ ନଭେମ୍ବର ୨୭ତାରିଖରୁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ଏହା ୩୦ ତାରିଖରୁ ପୂର୍ବ ନିର୍ଦ୍ଧାରିତ ସମୟରେ ଆରମ୍ଭ ହେବ । ସେହିପରି ମଧ୍ୟମା ସଂସ୍କୃତ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୧ମ ସମେଟିଭ ଆସେସମେନ୍ଟ ପରୀକ୍ଷା ମଧ୍ୟ ୨୭ତାରିଖ ପରିବର୍ତ୍ତେ ଡିସେମ୍ବର ୧ତାରିଖରୁ ଆରମ୍ଭ କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ରାଜ୍ୟରେ ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ସଂସ୍କୃତ ଟୋଲର ମୁଖ୍ୟ ପରୀକ୍ଷାର୍ଥୀ, ଅଭିଭାବକ ଓ ସର୍ବସାଧାରଣ ଅବଗତି ନିମନ୍ତେ ଜଣାଇ ଦିଆଯାଇଥିବା ବୋର୍ଡ ସୂତ୍ରରୁ ଜଣାଯାଇଛି ।

Get real time updates directly on you device, subscribe now.