fbpx

ଅପରାଜିତା ଫୁଲର କରାମତି, ଘରେ ଗଛ ଲଗାଇବା ଦ୍ୱାରା ହେବ ଟଙ୍କା ବର୍ଷା

ସମସ୍ତେ ନିଜର ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରି ରଖିଥାନ୍ତି, ଯାହାକୁ ସେମାନେ ଆବଶ୍ୟକ ସମୟରେ ବ୍ୟବହାର କରିପାରିବେ । କିନ୍ତୁ ଅନେକ ଥର ଏପରି ଘଟିଥାଏ କି ସମସ୍ତ ଚେଷ୍ଟା ପରେ ବି ଟଙ୍କା ସଞ୍ଚୟ ହୁଏନାହିଁ । ଯଦି ଏହାକୁ ନେଇ ଆପଣ ଚିନ୍ତିତ ତେବେ ଆସନ୍ତୁ ଜାଣିବା କିଛି ଉପାୟ, ଯାହାକି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି । ଟଙ୍କାର ଅଭାବକୁ ଦୂର କରିବା ପାଇଁ ଅପରାଜିତା ଫୁଲ ଯଥେଷ୍ଟ । ଅପରାଜିତା ଫୁଲ ମା ଲକ୍ଷ୍ମୀଙ୍କ ପ୍ରିୟ । ଆସନ୍ତୁ ଜାଣିବା ଅପରାଜିତା ଫୁଲର ଫାଇଦା…

ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନେ ସୋମବାର କିମ୍ବା ଶନିବାର ଦିନ କୌଣସି ନଦୀରେ ଅପରାଜିତାର ୩ ଟି ଫୁଲ ପ୍ରବାହିତ କରିବା ଦ୍ୱାରା ଆର୍ôଥକ ସମୃଦ୍ଧି ବଢ଼ିଥାଏ । ଏହାକୁ ଲଗାତାର ୩ ସପ୍ତାହ ପର୍ଯ୍ୟନ୍ତ କରିବା ଆବଶ୍ୟକ ।

ଇଚ୍ଛାକୃତ ଚାକିରି ପାଇଁ ଅପରାଜିତାର ପାଞ୍ଚଟି ଫୁଲ ସହିତ ପାଞ୍ଚ ଖଣ୍ଡ ଫିଟିକିରି ଠାକୁରଙ୍କୁ ଚଢ଼ାନ୍ତୁ । ପରଦିନ ଅପରାଜିତା ଫୁଲକୁ ନିଜ ପର୍ସରେ ରଖି ଇଣ୍ଟରଭ୍ୟୁକୁ ଯାଆନ୍ତି । ଏପରି କରିବା ଦ୍ୱାରା ଆପଣଙ୍କୁ ସଫଳତା ମିଳିବ ।

ଶନିବାର ଦିନ ଶନିଦେବଙ୍କୁ ନୀଳ ଅପରାଜିତା ଫୁଲର ଏକ ମାଳ ଚଢ଼ାଇବା ଦ୍ୱାରା ଶନିଦେବ ଖୁସି ହୁଅନ୍ତି । ଏହାଦ୍ୱାରା ଜୀବନରେ ଆସୁଥିବା ଅସୁବିଧା ସମାପ୍ତ ହୁଏ । ଏହା ବ୍ୟତୀତ ଜୀବନରେ ପ୍ରଗତି ଓ ସୁଖ- ଶାନ୍ତି ପାଇଁ ସୋମବାର ଦିନ ଶିବଲିଙ୍ଗଙ୍କୁ ନୀଳ କିମ୍ବା ଧଳା ଅପରାଜିତା ଫୁଲ ଅର୍ପଣ କରନ୍ତୁ ।

ଯଦି ବାହାଘର ହେଉନାହିଁ ବା ବୈବାହିକ ଜୀବନରେ ଅସୁବିଧାର ସାମ୍ନା କରୁଛ, ତେବେ ପାଞ୍ଚଟି ଅପରାଜିତା ଫୁଲକୁ ଏକ ଶୂନଶାନ୍ ସ୍ଥାନରେ ପୋତି ଦିଅନ୍ତୁ । ମାଟି ଖୋଳିବା ସମୟରେ କାଠ ବାଡ଼ି ବ୍ୟବହାର କରନ୍ତୁ । ଏପରି କରିବା ଦ୍ୱାରା ବାହାଘର ବା ବୈବାହିକ ଜୀବନ ସହ ଜଡ଼ିତ ଥିବା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ।

ମନୋକାମନା ପୂରଣ କରିବା ପାଇଁ ନୀଳ ଅପରାଜିତାର ଫୁଲର ଏକ ମାଳ ତିଆରି କରି ଦେବୀ, ଭଗବାନ ବିଷ୍ଣୁ ଓ ଶିବଙ୍କୁ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଦେବୀ ଓ ଦେବତା ପ୍ରସନ୍ନ ହୋଇ ସମସ୍ତ ମନୋକାମନା ପୂରଣ କରନ୍ତି । ଜୀବନ ସୁଖମୟ ହୋଇଥାଏ ।

Get real time updates directly on you device, subscribe now.