fbpx

(ଭିଡିଓ) ବ୍ରହ୍ମପୁର ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ: ଉପର କୋର୍ଟ ଗଲେ ସୁମିତ୍

ବହ୍ମପୁର: ତପସ୍ୱିନୀ-ଡାକ୍ତର ସୁମିତ ପାରିବାରିକ ବିବାଦ ମାମଲା । ଏସଡିଜେଏମ୍ କୋର୍ଟଙ୍କ ରାୟ ବିରୋଧରେ ଜିଲ୍ଲା କୋର୍ଟକୁ ଗଲେ ସୁମିତ୍ । ଉଭୟଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ୨ଟି ମାମଲା ଚାଲିଥିବାରୁ ଏକାଠି ରହିବା ସମୀଚୀନ ନୁହେଁ ବୋଲି ଦର୍ଶାଇଲେ ସୁମିତ୍ । ନିର୍ଯ୍ୟାତନା ଓ ବିବାହ ବିଚ୍ଛେଦ ମାମଲା ବଚାରାଧୀନ ରହିଛି । ଜିଲ୍ଲା କୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୭ରେ ହେବ ।

ସୂଚନାଯୋଗ୍ୟ, ସୁମିତ୍ ଏବଂ ତପସ୍ୱିନୀଙ୍କୁ କୋର୍ଟ ଏକାଠି ରହିବାକୁ ୭ ଦିନର ସମୟ ଦେଇଥିଲେ । ଏହାପରେ ସୁମିତଙ୍କ ପରିବାର ପକ୍ଷ ରଖିବା ପାଇଁ ଆଉ ୭ ଦିନର ସମୟ ମାଗିଥିଲେ । ତେବେ ଏହାରି ମଧ୍ୟରେ ସୁମିତ୍ ଆଉ ଗେଷ୍ଟ ହାଉସକୁ ନଫେରି ତପସ୍ୱିନୀଙ୍କ ଠାରୁ ଅଲଗା ରହୁଛନ୍ତି ।

ସେପଟେ ଏହି ପାରିବାରିକ କଳହ ମାମଲାରେ କୋର୍ଟରେ ରିପୋର୍ଟ ଦାଖଲ କଲେ ଆସ୍କା ଥାନା ଆଇଆଇସି । ସୁମିତ-ତପସ୍ୱିନୀଙ୍କ ୭ ଦିନର ରହଣି ସମ୍ପର୍କରେ ଦେଇଛନ୍ତି ରିପୋର୍ଟ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.