fbpx

ବିଜେପି ସହ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଅମରିନ୍ଦର, ବିଜୟକୁ ନେଇ କହିଲେ ଏମିତି…

ପଞ୍ଜାବ ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ ପଞ୍ଜାବ ଲୋକ କଂଗ୍ରେସ ପ୍ରମୁଖ କ୍ୟାପ୍ଟେନ ଅମରିନ୍ଦର ସିଂହ ଶୁକ୍ରବାର ଆଗାମୀ ନିର୍ବାଚନ ପାଇଁ ବିଜେପି ସହ ମେଣ୍ଟ କରିଥିବା ନେଇ ଘୋଷଣା କରିଛନ୍ତି । ପଞ୍ଜାବ ଲୋକ କଂଗ୍ରେସ ପ୍ରମୁଖ ଅମରିନ୍ଦର ସିଂହ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଏବଂ ପଞ୍ଜାବ ବିଜେପି ପ୍ରଭାରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସହ ସାକ୍ଷାତ୍ କରିବାକୁ ପହଞ୍ଚିଥିଲେ । ଯେଉଁଠାରେ ବୈଠକ ପରେ ମେଣ୍ଟକୁ ନେଇ ଦଳ ମଧ୍ୟରେ ସହମତି ହୋଇଥିଲା ।

ମେଣ୍ଟକୁ ନେଇ ଅମରିନ୍ଦର କହିଛନ୍ତି ଯେ ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ ଏବଂ ଆମେ ଏହି ନିର୍ବାଚନ ଜିତିବାକୁ ଯାଉଛୁ । ବିଜୟର ପ୍ରାଥମିକତା ଆଧାରରେ ସିଟ ବଣ୍ଟାଯିବ । ଏହି ନିର୍ବାଚନକୁ ଜିତିବା ସୁନିଶ୍ଚିତ ବୋଲି କହିଛନ୍ତି କ୍ୟାପ୍ଟେନ ।

ସୂଚନାଯୋଗ୍ୟ, ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅମରିନ୍ଦରଙ୍କ ଆଗାମୀ ରଣନୀତି କ’ଣ ରହିବ ଏନେଇ ଲାଗିରହିଥିଲା କଳ୍ପନାଜଳ୍ପନା । ତେବେ ଏହି ଚର୍ଚ୍ଚାରେ ଏବେ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ ।

Get real time updates directly on you device, subscribe now.