fbpx

ୟୁପିଆଇ ବ୍ୟବହାର କରୁଥିଲେ କରନ୍ତୁ ନାହିଁ ଏହି ୫ ଭୁଲ୍! ନହେଲେ ହୋଇଯିବେ କାଙ୍ଗାଳ

ନୂଆଦିଲ୍ଲୀ: ବିଗତ କିଛି ବର୍ଷ ମଧ୍ୟରେ ଅନଲାଇନ ବା ଡିଜିଟାଲ ନେଣଦେଣ ଅନେକ ମାତ୍ରାରେ ବୃଦ୍ଧି ପାଇଛି । ଅନେକ ଲୋକ ସ୍ମାର୍ଟଫାନ ଦ୍ୱାରା ଡିଜିଟାଲ ପେମେଣ୍ଟ କରୁଛନ୍ତି । ତେବେ ଏହା ଯେତେ ସହଜ ହୋଇଥିଲେ ବି କେବେକେବେ ବିପଦପୂର୍ଣ୍ଣ ହୋଇପାରେ । ୟୁପିଆଇ ଦ୍ୱାରା ପେମେଣ୍ଟ କରିବା କରିବା ଫାଇଦା ଥିବାବେଳେ ଏହାର କ୍ଷତି ମଧ୍ୟ ଅଛି । ତେବେ ଆପଣଙ୍କୁ ଡରିବା ଦରକାର ନାହିଁ, ବରଂ ସତର୍କ ରହିବାର ଆବଶ୍ୟକ ରହିଛି । ଅନଲାଇନ ନେଣଦେଣ ବଢ଼ିବା ଯୋଗୁଁ ସାଇବର ଠକେଇ ମଧ୍ୟ ବଢ଼ିବାରେ ଲାଗିଛି । ସଉଦା କିଣିବା ଦୋକନ ହେଉ କିମ୍ବା ପରିବା ଦୋକାନ ହେଉ ସବୁଠାରେ ଏହି ୟୁପିଆଇ ଦ୍ୱାରା ଟଙ୍କା ପଠାଇବା ଅତି ସହଜ ହୋଇଯାଇଛି । କେବଳ ଏକ କ୍ୟୁଆର କୋଡକୁ ସ୍କାନ କରି ଅତି ସହଜରେ ପେମେଣ୍ଟ କରିଥାଉ । ଯଦି ଆପଣ କୌଣସିବି ପେମେଣ୍ଟ ଆପ୍ ବ୍ୟବହାର କରୁଛନ୍ତି । ତେବେ ଆପଣଙ୍କ ପାଇଁ ତଳେ ଦିଆଯାଇଥିବା ୫ଟି କଥାର ଧ୍ୟାନ ରଖିବାକୁ ପଡ଼ିବ । ନହେଲେ ଆପଣ କାଙ୍ଗାଳ ହୋଇଯାଇପାରନ୍ତି ।

୧ କେବେବି ୟୁପିଆଇ ଆଡ୍ରେସ କାହାରିକୁ ସେୟାର କରନ୍ତୁ ନାହିଁ । କାରଣ ୟୁପିଆଇ ଆଇଡି ବା ଆଡ୍ରେସ୍ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ଥାଏ ।

୨ ବ୍ୟବହାର କରୁଥିବା ପେମେଣ୍ଟ ଆପ୍ ପାଇଁ ଏକ ମଜବୁତ୍ ସ୍କ୍ରିନ୍ ଲକ୍ ସେଟ୍ କରନ୍ତୁ । ଧ୍ୟାନ ରଖନ୍ତୁ ଏହା ଆପଣଙ୍କ ଜନ୍ମ ଦିନ, ବର୍ଷ, ମୋବାଇଲ ନମ୍ବର କିମ୍ବା କୌଣସି ଅନ୍ୟ ନମ୍ବର ହୋଇନଥିବା ଦରକାର । ଏହା ସହ ଆପଣଙ୍କୁ ଆପଣଙ୍କ ପିନ୍ ମଧ୍ୟ କାହା ସହ ସେୟାର କରନ୍ତୁ ନାହିଁ, ଏବଂ ଯଦି ଆପଣଙ୍କୁ ଲାଗୁଛି କେହି ଆପଣଙ୍କ ପିନ୍ କୁ ଦେଖିଛନ୍ତି ତେବେ ଏହାକୁ ସଙ୍ଗେ ସଙ୍ଗେ ପରିବର୍ତ୍ତନ କରନ୍ତୁ । ୟୁପିଆଇ ପିନ୍ ଏଣ୍ଟ୍ରି କରିବାବେଳେ ସାବଧାନତା ଅବଲମ୍ବନ କରନ୍ତୁ ।

୩ ଯଦି ଆପଣ ୟୁପିଆଇ ବ୍ୟବହାର କରୁଛନ୍ତି ତେବେ ଫୋନକୁ ଆସିଥିବା କୌଣସି ବି ଅଜଣା ଲିଙ୍କ୍ ରେ କ୍ଲିକ୍ କରନ୍ତୁ ନାହିଁ କିମ୍ବା ଫେକ୍ କଲ ଉଠାନ୍ତୁ ନାହଁ ।

୪ ଗୋଟିଏରୁ ଅଧିକ ୟୁପିଆଇ ଆପ୍ ବ୍ୟବହାର କରନ୍ତୁ ନାହିଁ । କୌଣସି ଗୋଟିଏ ୟୁପିଆଇ ଆପ୍ ବ୍ୟବହାର କରିବା ଭଲ ।

୫ ୟୁପିଆଇ ଆପ୍ କୁ ନିୟମିତ ଭାବରେ ଅପଡେଟ୍ ରଖନ୍ତୁ । ଅବଶ୍ୟ ଏହା ଅଟୋମେଟିକ୍ ଭାବରେ ଅପଡେଟ ହୋଇଯାଇଥାଏ । ନୂଆ ଭର୍ଜନକୁ ଅପଡେଟ କରିବା ଭଲ ୟୁଆଇ ଏବଂ ସୁବିଧା ପ୍ରଦାନ କରିଥାଏ । ଅପଡେଟ କରିବା ଦ୍ୱାରା ଆପ୍ ରେ ଥବା ବଗ୍ ଫିକ୍ସ ହୋଇଥାଏ । ଆପ୍ କୁ ଲେଟେଷ୍ଟ ଭର୍ଜନରେ ଅପଗ୍ରେଡ କରିବା ଦ୍ୱାରା ଆପଣଙ୍କ ଆକାଉଣ୍ଟ ମଧ୍ୟ ସୁରକ୍ଷିତ ରହିଥାଏ ।

Get real time updates directly on you device, subscribe now.