fbpx

୩ ମାସ ଭିତରେ ୮୦ଟି କୁକୁର ଛୁଆକୁ ମାରିଛନ୍ତି ୨ଟି ମାଙ୍କଡ଼, ଜାରି ହେଲା ଫଟୋ

ମୁମ୍ବାଇ: ଗତ ତିନି ମାସ ମଧ୍ୟରେ ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ମାଙ୍କଡ ମାନେ ଆତଙ୍କ ଖେଳାଇଛନ୍ତି । ସ୍ଥାନୀୟ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ଗତ ତିନି ମାସ ମଧ୍ୟରେ ୮୦ଟି କୁକୁର ଛୁଆଙ୍କର ମୃତ୍ୟୁ ହୋଇଯାଇଛି । ମାଙ୍କଡ଼ ମାନେ କୁକୁର ଛୁଆ ମାନଙ୍କୁ ଗଛ ଓ ଛାତ ଉପରକୁ ନେଇ ତଳକୁ ଫୋପାଡ଼ି ମାରିଦେଉଥିବା ଖବର ହଇଚଇ ସୃଷ୍ଟି କରିଛି । କୁକୁରଙ୍କ ଲଗାତର ଭାବରେ ମୃତ୍ୟୁ ହେବା ଫଳରେ ଉକ୍ତ ଅଞ୍ଚଳ ଏବେ କୁକୁର ଶୂନ୍ୟ ହୋଇଯାଇଛି ।

ତେବେ ଶନିବାର ଦିନ ବିଡ୍ ର ବନ ବିଭାଗ ଅଧିକାରୀ କହିଛନ୍ତି ଯେ, ଏହି କୁକୁର ଛୁଆ ମୃତ୍ୟୁ ଘଟଣାରେ ୨ଟି ମାଙ୍କଡ଼ ସମ୍ପୃକ୍ତ ଅଛନ୍ତି । ନାଗପୁର ଜଙ୍ଗଲ ବିଭାଗର ଏକ ଟିମ୍ ଏହି ଦୁଇ ମାଙ୍କଡ଼କୁ ଧରିଛନ୍ତି । ସେମାନଙ୍କୁ ବିଡ୍ ଜଙ୍ଗଲରୁ ନେଇ ନାଗପୁର ଜଙ୍ଗଲରେ ଛାଡ଼ି ଦିଆଯାଇଛି ।

ସୂଚନା ଅନୁସାରେ, କୁକୁର ମାନେ ଏକ ମାଙ୍କଡ଼ ଛୁଆକୁ ଛଉଣି ଛୁଣି ମାରି ଦେଇଥିଲେ । ଆଉ ଏଥିରେ ପତିଶୋଧ ପରାୟଣ ହୋଇ ମାଙ୍କଡ଼ ମାନେ ଲଗାତର ଭାବରେ କୁକୁର ଛୁଆ ମାନଙ୍କୁ ମାରିଚାଲିଥିଲେ । ମାଙ୍କଡ଼ ଓ କୁକୁରଙ୍କ ଭିତରେ ଏକ ପ୍ରକାର ଗ୍ୟାଙ୍କ ୱାର୍ ଆରମ୍ଭ ହୋଇଯାଇଥିଲା । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ,ଆତଙ୍କ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.