fbpx

ଆପଣଙ୍କ ପାଖକୁ ବି ଆସୁଛି କି ପାର୍ଟ ଟାଇମ୍ ଜବ୍ ଆଲର୍ଟ? ଆଦୌ କରନ୍ତୁନି ଏହି ଭୁଲ, ଖାଲି ହୋଇଯିବ ଆକାଉଣ୍ଟ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଲୋକଙ୍କ ଜୀବନଶୈଳୀ ବଦଳାଇବାରେ ଡିଜିଟାଲ ଇଣ୍ଡିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବିଶେଷକରି କରୋନା ସଙ୍କଟ ସମୟରେ ଅଧିକାଂଶ ଲୋକଙ୍କ ଡିଜିଟାଲ ପ୍ରତି ଆଗ୍ରହ ବଢ଼ିଯାଇଛି । ବାସ୍ତବରେ, ଆଜିକା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଅନଲାଇନ୍ ରେ କାମ କରିବାର ବିକଳ୍ପ ରହିଛି । ଯାହାଫଳରେ ଲୋକମାନେ ଖୁବ୍ ସହଜରେ ଅନଲାଇନ୍ ମାଧ୍ୟମରେ ବିଭିନ୍ନ କାମ ଖୁବ୍ କମ୍ ସମୟରେ କରିପାରୁଛନ୍ତି । ହେଲେ ଏସବୁ ଭିତରେ ସାଇବର୍ କ୍ରାଇମ୍ ର ମାତ୍ରା ମଧ୍ୟ ବୃଦ୍ଧି ପାଇଛି ।

କୋଭିଡ୍ ସମୟରେ ଅନେକ ଲୋକଙ୍କ ଚାକିରୀ ଚାଲି ଯାଇଛି । ବର୍ତ୍ତମାନ ଯେତେବେଳେ ସ୍ଥିତି କାବୁକୁ ଆସିଛି ଲୋକମାନେ ଚାକିରୀ ସନ୍ଧାନରେ ରହିଛନ୍ତି । ଏହି ଳକଥାର ଫାଇଦା ଉଠାଉଛନ୍ତି କିଛି ସାଇବର୍ ଠକ । ଲଗାରତ ଭାବରେ ପାର୍ଟ ଟାଇମ୍ ଜବ୍ ଅଫର୍ ପଠାଇ ସାଧାରଣ ଲୋକଙ୍କ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛନ୍ତି । ଖାଲି ସେତିକି ନୁହେଁ ଲୋକମାନେ କମ୍ ସମୟରେ ଅଧିକ ଟଙ୍କା ରୋଜଗାର କରିବା ଲୋଭରେ ଏହି ଠକେଇରେ ଫସିଯାଉଛନ୍ତି ଓ ପରିଶ୍ରମ ବଳରେ କମାଇଥିବା ଟଙ୍କାକୁ ବି ହରାଇ ବସୁଛନ୍ତି ।

ତେଣୁ ଆପଣଙ୍କ ପାଖକୁ ଯଦି ଏହି ଭଳି କିଛି ନୋଟିଫିକେସନ୍ କିମ୍ବା ଲିଙ୍କ ଜରିଆରେ ମେସେଜ୍ ଆସୁଛି । ତେବେ ତା ଠାରୁ ଦୂରେଇ ରୁହନ୍ତୁ । ଯଦି ଆପଣଙ୍କ ପାଖକୁ ପାର୍ଟ ଟାଇମ୍ ଜବ୍ କରି ୪୦ରୁ ୫୦ ହଜାର ଟଙ୍କା ରୋଜଗାର କରିବା ନେଇ ମେସେଜ୍ ଆସୁଛି ତେବେ ସାବଧାନ ହୋଇଯାଆନ୍ତୁ । ଏନେଇ ଗୃହ ମନ୍ତ୍ରାଳୟର ସାଇବର୍ କ୍ରାଇମ୍ ୟୁନିଟ୍ ସାଇବର୍ ଦୋସ୍ତ ପକ୍ଷରୁ ନିଜର ଅଫିସିଆଲ୍ ଟୁଇଟର୍ ହ୍ୟାଣ୍ଡେଲରେ ଲୋକଙ୍କୁ ମିଛ ଚାକିରୀର ଲୋଭ ଦେଖାଇ ଲୁଟୁଥିବା ନେଇ ସତର୍କ କରାଇଛନ୍ତି । ତେବେ ଆପଣଙ୍କ ପାଖକୁ ଯଦି ଏହିଭଳି କିଛି ଫେକ୍ ମେସେଜ୍ ଆସୁଛି ତାହେଲେ ତୁରନ୍ତ ସାଇବର୍ କ୍ରାଇମ୍ ର ଅଫିସିଆଲ ୱେବସାଇଟ୍ ରେ ଅଭିଯୋଗ କରନ୍ତୁ ।

Get real time updates directly on you device, subscribe now.