fbpx

୪ ମାସ ପୂର୍ବରୁ ବିରାଟଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଯୋଜନା କରିଥିଲା BCCI, ରିପୋର୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ: ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇବା ପରେ ଭାରତୀୟ କ୍ରିକେଟରେ ଏକ ବଡ଼ଧରଣର ବିବାଦ ଦେଖିବାକୁ ମିଳିଥିଲା । ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ବିରାଟଙ୍କ ପ୍ରେସ୍ ମିଟ୍ ଅନେକ ଗୁମର ଖୋଲିଥିଲା । ସେ ଦିନିକିଆରେ କ୍ୟାପ୍ଟେନ ରହିବାକୁ ଚାହୁଁଥିଲେ, ମାତ୍ର ଚୟନକର୍ତ୍ତା ସେମାନଙ୍କର ନିଜସ୍ୱ ନିଷ୍ପତ୍ତି ନେଇଥିବା ବିରାଟ କହିଥିଲେ । ଏହାପୂର୍ବରୁ ବିସିସିଆଇ ସଭାପତି ସଭାପତି ସୌରଭ ଏହି ବିଷୟରେ ବିରାଟଙ୍କ ସହ କଥା ହୋଇଥିବା କହିଥିଲେ । ଯାହାକୁ କି ପରବର୍ତ୍ତୀ ସମୟରେ ବିରାଟ ଖଣ୍ଡନ କରିଥିଲେ । ତେବେ କିଏ ସତ କହୁଛି, ଏହାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ରହିଛି । ତେବେ ଇତିମଧ୍ୟରେ ଆଉ ଏକ ଖବର ସାମନାକୁ ଆସିଛି ।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ବିରାଟକୁ ଅଧିନାୟକ ପଦରୁ ହଟାଇବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବହୁଦିନରୁ ଯୋଜନା କରିଥିଲା । ୪ ମାସ ପୂର୍ବରୁ ବିସିସିଆଇ ବିସିସିଆଇ ବିରାଟଙ୍କୁ ପଦବୀରୁ ହଟାଇବା ପ୍ରୟାସରେ ରହିଥିଲା । ଗାଙ୍ଗୁଲି କହିଥିଲେ ଯେ, ଟି-୨୦ ଅଧିନାୟକ ଦାୟିତ୍ୱ ନ ଛାଡ଼ିବା ପାଇଁ ସେ କୋହଲିଙ୍କୁ କହିଥିଲେ । ମାତ୍ର କୋହଲି ଏହାକୁ ଅସ୍ୱୀକାର କରିବା ପରେ କିଏ ସତ ଆଉ କିଏ ମିଛ ତାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ହଠାତ୍ ଦିନିକିଆ ଦାୟିତ୍ୱ ବିରାଟଙ୍କଠାରୁ କାଢ଼ି ରୋହିତ ଶର୍ମାଙ୍କୁ ଦେବା ପରେ ଏହି ବିବାଦ ଘନେଇଥିଲା । ବିରାଟ ଦିନିକିଆରେ ଦାୟିତ୍ୱ ନେବାକୁ ଚାହୁଁଥିବା ବେଳେ ଚୟନକର୍ତ୍ତା ନିଜର ନିଷ୍ପତ୍ତି ନେଇଥିବା ବିରାଟ କହିବା ସହ ରୋହିତଙ୍କ ଅଧିନାୟକତ୍ୱକୁ ସମର୍ଥନ କରିଥିଲେ ।

Get real time updates directly on you device, subscribe now.