fbpx

ରାଉରକେଲାରେ ଯୁବତୀଙ୍କୁ ଛୁରାମାଡ: ପ୍ରେମ ସମ୍ପର୍କ ସନ୍ଦେହ, ହସ୍ପିଟାଲରେ ଭର୍ତ୍ତି

ରାଉରକେଲା(ଓଡ଼ିଶା ଭାସ୍କର): ରାଉରକେଲାରେ ଯୁବତୀଙ୍କୁ ଛୁରାମାଡ । ଦିନ ଦ୍ୱିପ୍ରହରରେ ବସରୁ ଓହ୍ଲାଇଥିବା ବେଳେ ଯୁବତୀଙ୍କୁ ଛୁରାମାଡ କରାଯାଇଛି । ସେକ୍ଟର-୩ରେ ଯୁବତୀ ଜଣଙ୍କ ବସରୁ ଓହ୍ଲାଇଥିବା ବେଳେ ତାଙ୍କୁ ଛୁରାମାଡ କରାଯାଇଥିବା ଜଣାପଡିଛି ।

ଯୁବତୀ ଜଣଙ୍କ ଭୁବନେଶ୍ୱରରେ ରହୁଥିବା ବେଳେ ଆଜି ସକାଳେ ରାଉରକେଲା ଆସିଥିଲେ । ବସରୁ ଓହ୍ଲାଇବା ପରେ ତାଙ୍କୁ ଛୁରାମାଡ କରାଯାଇଥିଲା । ପୋଲିସ ସେକ୍ଟର-୩ ଅଞ୍ଚଳରେ ଦୁର୍ବୁର୍ତ୍ତଙ୍କୁ ଖୋଜୁଥିବା ବେଳେ ଏହି ଘଟଣା ପଛରେ ପ୍ରେମ ସମ୍ପର୍କ ରହିଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.