fbpx

୧୯ ବର୍ଷରୁ କମ ଏସିଆ କପ୍: ଶେଷ ବଲରେ ଭାରତକୁ ହରାଇଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ୧୯ ବର୍ଷରୁ କମ ଏସିଆ କପ ମୁକାବିଲାକୁ ଜିତି ନେଇଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୯ ଓଭରରେ ୨୩୭ ରନରେ ଅଲଆଉଟ ହୋଇଥିଲା । ଜବାବରେ ପାକିସ୍ତାନ ମ୍ୟାଚର ଅନ୍ତିମ ବଲରେ ବିଜୟୀ ହୋଇଛି । ଶେଷ ବଲରେ ବିଜୟ ପାଇଁ ଦୁଇ ରନ ଆବଶ୍ୟକ ରହିଥିବା ବେଳେ ଅହମଦ ଖାନ ଚୌକା ମାରି ବିଜୟୀ କରାଇଥିଲେ ।

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୯ ଓଭରରେ ୨୩୭ ରନ କରିଥିଲା । ଭାରତ ପକ୍ଷରୁ ୱିକେଟ କିପର ଆରାଧ୍ୟ ଯାଦବ ସଫଳତମ ବ୍ୟାଟ୍ସମ୍ୟାନ ଭାବରେ ଅର୍ଦ୍ଧଶତକ ହାସଲ କରିଥିଲେ । ଆରାଧ୍ୟ ୮୩ ବଲ ଖେଳି ୩ ଚୌକା ସହିତ ୫୦ ରନ କରିଥିଲେ । ଓପ୍ନର ହର୍ନୁର ସିଂ ୪୬ ରନ ସଂଗ୍ରହ କରିଥିବା ବେଳେ କୌଶଲ ତାମ୍ବଲେ ୩୨ ଓ ରାଜବର୍ଦ୍ଧନ ହଙ୍ଗରଗେକାର ୩୩ ରନର ଅବଦାନ ଦେଇଥିଲେ । ଜିଶାନ ଜମୀର ୬୦ ରନରେ ୫ ୱିକେଟ ନେଇଥିଲେ ।

୨୩୮ ରନର ପିଛା କରୁଥିବା ପାକିସ୍ତାନ ପ୍ରଥମ ଓଭରରେ ଓପ୍ନରଙ୍କ ଅବଦୁଲ ୱାହିଦଙ୍କ ୱିକେଟ ହରାଇଥିଲା । ତେବେ ମହମ୍ମଦ ଶେହଜାଦ ଚମକ୍ରାର ୮୧ ରନର ଇନିଂସ ବଳରେ ପାକିସ୍ତାନ ବିଜୟର ନିକଟତର ହୋଇଥିଲେ । ଅହମଦ ଖାନ ୧୯ ବଲରୁ ୨୯ ରନ ସଂଗ୍ରହ କରିବା ସହିତ ଅନ୍ତିମ ଓଭରରେ ଦଳକୁ ବିଜୟୀ କରାଯାଇଥିଲା । ରାଜ ବାୱା ୫୬ ରନରେ ୪ ୱିକେଟ ନେଇଥିବା ବେଳେ ହଙ୍ଗରଗେକାର, ରବି କୁମାର ଓ ନିଶାନ୍ତ ସାନ୍ଧୁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ମହମ୍ମଦ ଶେହଜାଦଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.