fbpx

ନୂଆବର୍ଷ ଭୋଜିରୁ ରକ୍ତାକ୍ତ ସଂଘର୍ଷ, ସାଙ୍ଗକୁ ମାଡ଼ ମାରି ସାଙ୍ଗ ଫଟାଇଲା ମୁଣ୍ଡ

ବଲାଙ୍ଗୀର,(ଭାସ୍କର ନ୍ୟୁଜ୍):  ନୂଆବର୍ଷରେ ଭୋଜିରୁ ମାରପିଟ ସଂଘର୍ଷ।  ଭୋଜିରେ ଖାଇବା ପିଇବା ସାରି ଫେରୁଥିବା ବେଳେ ୨ସାଙ୍ଗ ମଧ୍ୟ କୌଣସି ଏକ କଥାକୁ ହେଲା କଥାକଟାକଟି ହୋଇଥିଲା। ମଝି ରାସ୍ତରେ ୨ ସାଙ୍ଗ ମଧ୍ୟରେ ଚାଳିଲା ହାଇଡ୍ରାମ ସହ ମାଡ଼ପିଟ। ଜଣଙ୍କ ମୁଣ୍ଡକୁ ମାରି ଫଟାଇ ରକ୍ତାକ୍ତ କରିଦେଲା ବନ୍ଧୁ।  ଆହତ ଜଣଙ୍କ ସହରର ଶ୍ରୀରାମନଗର ପଡାର ବିକାଶ ମିଶ୍ର ବୋଲି ଜଣାପଡିଛି । ତାଙ୍କୁ ଉଦ୍ଧାର କରାଯାଇ ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ୨ ବନ୍ଧୁଙ୍କ ମାଡ଼ପିଟ ନେଇ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ଏନେଇ ଥାନା ଅଭିଯୋଗ ହୋଇଥିବା ସୂଚନା ମିଳିଛି।

ପ୍ରକାଶ ଯୋଗ୍ୟ,  ରବିବାର ଦିନ ବିକାଶ ଏବଂ ତାଙ୍କର କିଛି ସାଙ୍ଗ ଫାସଡକୁ ଭୋଜି କରିବାକୁ ଯାଇଥିଲେ । ଭୋଜି ସାରି ଫେରୁଥିବା ବେଳେ ଦୁର୍ଗାପାଲି ଛକ ନିକଟରେ କୌଣସି କାରଣରୁ ପରସ୍ପର ଭିତରେ ବଚସା ଲାଗିଥିଲେ । ଯାହାକୁ ନେଇ କିଛି ସାଙ୍ଗ ବିକାଶଙ୍କୁ ଆକ୍ରମଣ କରିଥିଲେ । ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି । ଅନ୍ୟ କିଛି ସାଙ୍ଗ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି । ପୁଇଁତଳା ପୁଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.