fbpx

ଗୋଟିଏ ଦିନରେ ୪୦ଟି ସିଗାରେଟ୍ ପିଉଛି ୨ ବର୍ଷର ପିଲା, ଥଟ୍ଟାରୁ ପାଲଟିଥିଲା ଚେନ୍ ସ୍ମୋକର୍

ନୂଆଦିଲ୍ଲୀ: କେବେ ଆପଣ ଦୁଇବର୍ଷର ପିଲାକୁ ସିଗାରେଟ୍ ଟାଣିବାର ଦେଖିଛନ୍ତି କି? ଦେଖିବା ତ ଦୂରର କଥା ଏ କଥା କେବେ ଆପଣଙ୍କ ଭାବନାକୁ ହିଁ ଆସିନଥିବ । ଏହି ସମୟରେ ସୋସିଆଲ ମିଡିଆରେ ଏଭଳି କିଛି ଖବର ଆସିଯାଏ ଯାହା ଅତ୍ୟନ୍ତ ଚକିତ କରିପକାଏ । ଏହିଭଳି ଏକ ଖବର ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଗୋଟିଏ ଦୁଇବର୍ଷର ପିଲା ଚେନ୍ ସ୍ମୋକର୍ ପାଲଟିଯାଇଛି ।

ହଁ, ଏହି ଦୁଇ ବର୍ଷର ପିଲା କେବଳ ଧୂମପାନ କରୁନାହିଁ ବରଂ ଗୋଟିଏ ଦିନରେ ଦୁଇରୁ ୪ଟି ପ୍ୟାକେଟ୍ ଅର୍ଥାତ୍ ୪୦ଟି ସିଗାରେଟ୍ ପିଇଯାଉଛି । ଏହି ଖବର ଏବେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । ଏହିଭଳି ଏକ ପିଲା ରହିଛି ଇଣ୍ଡୋନେସିଆରେ । ଏହି ୨ ବର୍ଷର ପିଲା ଆର୍ଡି ରିଜଲ୍ ଯିଏକି କିଛି ବର୍ଷ ତଳେ ଅଚାନକ ଫେମସ୍ ହୋଇଯାଇଥିଲା । ଏହି ଖବରଟି ସମ୍ପୂର୍ଣ୍ଣ ସତକଥା କାରଣ ଆର୍ଡି ରିଜଲ ଖୋଦ୍ ଏହି କଥାର ଖୁଲାସା କରିଛି ।

ପ୍ରଥମେ ପ୍ରଥମେ ତ ପିଲାଟିର ଫଟୋ ଦେଖି କାହାକୁ ବି ବିଶ୍ୱାସ ହେଉନଥିଲା । ଏପରି ଲାଗୁଥିବା କୌଣସି ସଫ୍ଟୱେୟାର୍ ଜରିଆରେ ଫଟୋ ଏଡିଟ୍ କରାଯାଇଛି । କିନ୍ତୁ ଏହି କଥା ସମ୍ପୂର୍ଣ୍ଣ ସତ । ଦ ସନ୍ ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଆର୍ଡିର ବାପା-ମାଆଙ୍କ ଅବହେଳା କାରଣରୁ ସେ ଏପରି ଖରାପ ବାଟକୁ ଚାଲିଯାଇଛି । ଯେତେବେଳେ ସେ ୧ ବର୍ଷର ହୋଇଥିଲା ବାପା ତାକୁ ଥଟ୍ଟା ମଜାରେ ଗୋଟିଏ ସିଗାରେଟ୍ ଟାଣିବାକୁ ଦେଇଥିଲେ । ଏହାପରେ ବାପା ଅନେକ ଥର ଏପରି କରିବା ପରେ ଧିରେ ଧିରେ ପିଲାଟିର ସିଗାରେଟ୍ ପିଇବା ଅଭ୍ୟାସରେ ପଡ଼ିଗଲା ।

ତେବେ ଯେତେବେଳେ ତାକୁ ସିଗାରେଟ୍ ଛାଡ଼ିବାକୁ କୁହାଗଲା ଯେ, ତାର ସ୍ୱାସ୍ଥ୍ୟରେ ଅନେକ ପ୍ରକାର ସମସ୍ୟା ଆସିବାକୁ ଲାଗିଲା । ଯେପରିକି ମୁଣ୍ଡ ବୁଲାଇବା, ଭୋକ ଲାଗିବା, ମୁଣ୍ଡ ଭାରି ଭାରି ଲାଗିବା । ତେଣୁ ଭୋକ ମେଣ୍ଟାଇବାକୁ ସେ ଖୁବ୍ ଫାଷ୍ଟ ଫୁଡ୍ ଖାଇବାକୁ ଲାଗିଲା । ତେଣୁ ଖୁବ୍ କମ୍ ବୟସରେ ତାର ଓଜନ ବଢ଼ିଯାଇଥିଲା । ୫ ବର୍ଷ ବୟସରେ ଆର୍ଡି ୨୨ କିଲୋର ହୋଇଯାଇଥିଲା । ତେବେ ଇଣ୍ଡୋନେସିଆର ଏକ ବାଳ ବିକାଶ ସଂସ୍ଥାର ତାର ଏହି ଅଭ୍ୟାସ ଛଡାଇବାରେ ସାହାଯ୍ୟ କରିଥିଲେ ।

Get real time updates directly on you device, subscribe now.