fbpx

କ୍ରିକେଟ ଜଗତର ଏହି ୫ ଜଣ ଖେଳାଳି ସର୍ବାଧିକ ଥର ରନ୍ ଆଉଟ୍ ହୋଇଛନ୍ତି, ଭାରତର ଦୁଇଜଣ ଭେଟେରାନ୍ ରହିଛନ୍ତି ଲିଷ୍ଟରେ

ନୂଆଦିଲ୍ଲୀ: ବହୁ ପୂରାତନ କାଳରୁ କ୍ରିକେଟ ଜଗତରେ ଅନେକ କୀର୍ତ୍ତିମାନ ସ୍ଥାପିତ ହୋଇ ରହିଛି । ଦିନକୁ ଦିନ ମଧ୍ୟ ନୂଆ ନୂଆ ରେକର୍ଡ ଏହି ତାଲିକାରେ ଯୋଡ଼ି ହେବାରେ ଲାଗିଛି । ତେବେ ଏଭଳି କିଛି ରେକର୍ଡ ବିଷୟରେ ଅଧିକାଂଶ କ୍ରିକେଟପ୍ରେମୀଙ୍କୁ ଅଜଣା ଥାଏ । ତା’ ମଧ୍ୟରୁ ଗୋଟିଏ ହେଉଛି ରନ୍ ଆଉଟ । କେଉଁ ଖେଳାଳିଙ୍କ ନାମରେ ସର୍ବାଧିକ ଥର ରନ୍ ଆଉଟ୍ ହେବାର ରେକର୍ଡ ରହିଛି ଆପଣମାନେ ଜାଣନ୍ତି କି? ଏହି ଲିଷ୍ଟରେ ଭାରତର ଦୁଇଜଣ ମହାନ୍ ଖେଳାଳିଙ୍କ ନାମ ମଧ୍ୟ ସାମିଲ୍ ରହିଛି ।

ଷ୍ଟିଭ୍ ୱ: ଅଷ୍ଟ୍ରେଲିଆର କ୍ରିକେଟର ଷ୍ଟିଭ୍ ୱ ନିଜର କ୍ୟାପ୍ଟେନସିପ୍ ଓ ବ୍ୟାଟିଂ ପାଇଁ ସମଗ୍ର ବିଶ୍ୱରେ ଖ୍ୟାତ । ଷ୍ଟିଭ୍ ଅନ୍ତର୍ଜାତିକ କ୍ରିକେଟରେ ସବୁଠାରୁ ଅଧିକ ଥର ରନ୍ ଆଉଟ୍ ହୋଇଛନ୍ତି । ସର୍ବାଧିକ ୧୦୪ ଥର ରନ୍ ଆଉଟ୍ ରେକର୍ଡ ଷ୍ଟିଭଙ୍କ ନାମରେ ରହିଛି ।

ରାହୁଲ ଦ୍ରାବିଡ଼: ‘ଦି ୱାଲ’ ଭାବେ ପରିଚିତ ପୂର୍ବତନ ଭାରତୀୟ କ୍ରିକେଟର ତଥା ବର୍ତ୍ତମାନର ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡ଼ଙ୍କୁ କିଏ ବା ନ ଜାଣେ । ତେବେ ଦ୍ରାବିଡ଼ ସର୍ବାଧିକ ୧୦୧ ଥର ରନ ଆଉଟ୍ ହୋଇଛନ୍ତି ।

ସଚିନ ତେନ୍ଦୁଲକର: ଦୁନିଆର ମହାନ ବ୍ୟାଟ୍ସମ୍ୟାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟରେ ଅନେକ ରେକର୍ଡ ସ୍ଥାପନ କରିଛନ୍ତି, ଯାହାକୁ ଭାଙ୍ଗିବା ପରବର୍ତ୍ତୀ ପୀଢ଼ିଙ୍କ ପକ୍ଷେ କଷ୍ଟକର । ସଚିନ ତାଙ୍କର କ୍ୟାରିୟର ୯୮ ଥର ରନ୍ ଆଉଟ୍ ହୋଇଛନ୍ତି ।

ମାହେଲା ଜୟବର୍ଦ୍ଧନେ: ଶ୍ରୀଲଙ୍କାର ପୂର୍ବତନ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ମାହେଲା ଜୟବର୍ଦ୍ଧନେ ନିଜ ଦମ ବଳରେ ଦଳକୁ ୨୦୧୪ରେ ଟି-୨୦ ବିଶ୍ୱକପ ବିଜୟୀ କରାଇଥିଲେ । ମାହେଲା ନିଜ କ୍ୟାରିୟରରେ ୯୫ ରଥ ରନ୍ ଆଉଟ୍ ହୋଇଛନ୍ତି ।

ଇଞ୍ଜାମାମ-ଉଲ-ହକ: ପାକିସ୍ତାନର ପୂର୍ବତନ କ୍ରିକେଟର ଇଞ୍ଜାମାମ-ଉଲ-ହକଙ୍କୁ ମିଡିଲ ଅର୍ଡରର ବେଷ୍ଟ ବ୍ୟାଟ୍ସମ୍ୟାନ ଭାବେ ଗଣାଯାଉଥିଲା । ଇଞ୍ଜାମାମଙ୍କ ନାମରେ ସର୍ବାଧିକ ୯୨ ଥର ରନ୍ ଆଉଟ୍ ରେକର୍ଡ ରହିଛି ।

Get real time updates directly on you device, subscribe now.