fbpx

ଯଦି ଆପଣଙ୍କ ଶରୀର ଏଭଳି ସଂକେତ ଦେଉଛି ତାହେଲେ ବୁଝିନିଅନ୍ତୁ ଯେ ଇମ୍ୟୁନିଟି ହେବାରେ ଲାଗିଛି ଦୁର୍ବଳ

ଓଡ଼ିଶା ଭାସ୍କର ବ୍ୟୁରୋ: ଇମ୍ୟୁନିଟି ସମ୍ପର୍କରେ ଆଜିକା ସମୟରେ ଲୋକମାନେ ବିଭିନ୍ନ ପ୍ରକାର କଥା ଜାଣିଥିବେ ନିଶ୍ଚୟ ଓ ଇମ୍ୟୁନିଟି ବଢ଼ାଇବା ପାଇଁ ଅନେକ ଉପାୟ ଆପଣାଉଥିବେ ନିଶ୍ଚୟ । ହେଲେ ଅନେକ ଥର ଏପରି ବି ହୋଇଥାଏ ଯେତେବେଳେ ଇମ୍ୟୁନ ସିଷ୍ଟମ୍ ଖୁବ୍ ଦୁର୍ବଳ ହେବାକୁ ଲାଗିଥାଏ । ସେ ସମୟରେ ଶରୀରାରେ ଅନେକ ସମସ୍ୟା ଦେଖାଦେବା ଆରମ୍ଭ ହୁଏ । ଏହି ସମୟରେ କିଛି ଳକ୍ଷଣ ଉପରେ ବିଶେଷ ଧ୍ୟାନ ଦେବାକୁ ପଡେ । କାରଣ ଏହି କିଛି ବିଶେଷ ଲକ୍ଷଣ ଆପଣଙ୍କ ଇମ୍ୟୁନିଟି ଦୁର୍ବଳ ହେବାର ସଂକେତ ଦେଇଥାଏ । ତେବେ ଚାଲନ୍ତୁ ଜାଣିବା କଣ ସେହି ବିଶେଷ ଲକ୍ଷଣ ।

ଯଦି ଆପଣଙ୍କ ଠାରେ ଲଗାତର ଭାବରେ ଥଣ୍ଡାକାଶ ସମସ୍ୟା ଦେଖାଦେଇଥାଏ କିମ୍ବା ଋତୁ ବଦଳିବା ପରେ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦିଏ ତେବେ ଆପଣ ଜାଣିବା ଦରକାର ଯେ, ଆପଣଙ୍କ ଇମ୍ୟୁନୋ ସିଷ୍ଟମ୍ ଦୁର୍ବଳ ହେବାରେ ଲାଗିଛି । ଖାଲି ସେତିକି ନୁହେଁ ଯଦି କୌଣସି ରୋଗର ଆପଣଙ୍କୁ ଖୁବ୍ ଶୀଘ୍ର ଗ୍ରାସ କରେ ତାହା ବି ଏକପ୍ରକାର ସଂକେତ ଭାବେ କାମ କରେ ।

ସେହିପରି ଆପଣଙ୍କୁ ଯଦି ବିନା କୌଣସି କାମ କରି ମଧ୍ୟ ଥକାପଣ ଅନୁଭବ ହେଉଛି କିମ୍ବା ଶରୀରର କୌଣସି ଅଙ୍ଗରେ ଯନ୍ତ୍ରଣାେ ଅନୁଭବ ହେଉଛି ତାହେଲେ ଆପଣଙ୍କର ରୋଗ ପ୍ରତିରୋଧ ଶକ୍ତି କମିବାରେ ଲାଗିଛି । ଏଥିରେ ପେଟ ଜନିତ ସମସ୍ୟା ମଧ୍ୟ ଜଡ଼ିତ ରହିଛି । କଫ, ବାନ୍ତି ଆଦି ଲଗାତର ଭାବରେ ହେଉଛି ତେବେ ଏସବୁ ିମ୍ୟୁନିଟି ଦୁର୍ବଳ କାରଣରୁ ହିଁ ହେଉଛି ବୋଲି ବୁଝିନେବା ଦରକାର ।

Get real time updates directly on you device, subscribe now.