fbpx

ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଛୁଟିର ଲିଷ୍ଟ୍

ନୂଆଦିଲ୍ଲୀ: ନୂଆବର୍ଷ ଆସିବାକୁ ଯାଉଛି, ଯାହାର ଶୁଭାରମ୍ଭରେ ଅନେକ ଜିନିଷ ବଦଳିଯିବ । ଜାନୁଆରୀ ୧ରୁ କିଛି ନିୟମ ଲାଗୁ ହୋଇଯିବ ଓ ବ୍ୟାଙ୍କିଙ୍ଗ ସହ ଜଡ଼ିତ ଅନେକ ଜିନିଷରେ ବି ପରିବର୍ତ୍ତନ ହେବ । ତେବେ ଜାନୁଆରୀ ୨୦୨୨ରେ ବ୍ୟାଙ୍କ ୧୬ ଦିନ ବନ୍ଦ ରହିବ । ବ୍ୟାଙ୍କ ସହ ଜଡ଼ିତ ଲୋକଙ୍କ ପାଇଁ ଏହାର ଛୁଟି ଲିଷ୍ଟ ଦେଖିବାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ରିଜର୍ଭ ବ୍ୟାଙ୍କ ହିସାବରେ ଜାନୁଆରୀରେ ୱକେଣ୍ଡ ଛୁଟି ବ୍ୟତୀତ ବ୍ୟାଙ୍କ ୯ ଦିନ ବନ୍ଦ ରହିବ । ଏଥିରେ କିଛି ଛୁଟି ସମଗ୍ର ଦେଶ ପାଇଁ ରହିଛି ତ କିଛି ଛୁଟି ସ୍ଥାନୀୟ ଅଞ୍ଚଳ ପାଇଁ ରହିଛି । ନୂଆବର୍ଷର ପ୍ରଥମ ୨ ଦିନ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ ରହିବ । ଏହା ସହିତ ଜାନୁଆରୀରେ ୫ଟି ରବିବାର ପଡୁଛି । ତେବେ ଆସନ୍ତୁ ଦେଖିବା ବ୍ୟାଙ୍କ ହଲିଡେ ଲିଷ୍ଟ୍…

ଜାନୁଆରୀ ୧ : ନୂଆ ବର୍ଷ ଦିବସ (ଆଇଜାୱଲ, ଶିଲଙ୍ଗ, ଚେନ୍ନାଇ ଓ ଗ୍ୟାଙ୍ଗଟୋକରେ ବ୍ୟାଙ୍କ ବନ୍ଦ)
ଜାନୁଆରୀ ୨: ରବିବାର ।
ଜାନୁଆରୀ ୩: ନୂଆ ବର୍ଷର ଉତ୍ସବ / ଲାସୁଙ୍ଗ୍ (ଆଇଜାୱଲ୍ ଓ ଗ୍ୟାଙ୍ଗଟୋକରେ ବ୍ୟାଙ୍କ ବନ୍ଦ)
ଜାନୁଆରୀ ୪: ଲାସୁଙ୍ଗ (ଗ୍ୟାଙ୍ଗଟୋକରେ ବ୍ୟାଙ୍କ ବନ୍ଦ)
ଜାନୁଆରୀ ୮: ମାସର ଦ୍ୱିତୀୟ ଶନିବାର ।
ଜାନୁଆରୀ ୯: ରବିବାର ।
ଜାନୁଆରୀ ୧୧: ମିଶନାରୀ ଦିବସ (ଆଇଜାୱଲରେ ବ୍ୟାଙ୍କ ବନ୍ଦ)
ଜାନୁଆରୀ ୧୨: ସ୍ୱାମୀ ବିବେକାନନ୍ଦ ଜୟନ୍ତୀ (କୋଲକାତାରେ ବ୍ୟାଙ୍କ ବନ୍ଦ)
ଜାନୁଆରୀ ୧୪: ମାକର ସଂକ୍ରାନ୍ତି / ପୋଙ୍ଗଲ୍ (ଅହମ୍ମଦାବାଦ ଓ ଚେନ୍ନାଇରେ ବ୍ୟାଙ୍କ ବନ୍ଦ)
ଜାନୁଆରୀ ୧୫: ଉତ୍ତରପ୍ରଦେଶ ପୁଣ୍ୟକାଳ ମକର ସଂକ୍ରାନ୍ତୀ ପର୍ବ / ମାଘେ ସଂକ୍ରାନ୍ତୀ / ସଂକ୍ରାନ୍ତୀ / ପୋଙ୍ଗଲ / ଥିରୁଭାଲୁଭର୍ ଦିବସ (ବାଙ୍ଗାଲୋର, ଚେନ୍ନାଇ, ହାଇଦ୍ରାବାଦ, ଗ୍ୟାଙ୍ଗଟୋକରେ ବ୍ୟାଙ୍କ ବନ୍ଦ)
ଜାନୁଆରୀ ୧୬: ରବିବାର ।
ଜାନୁଆରୀ ୧୮: ଥାଇପୁସମ୍ ପର୍ବ (ଚେନ୍ନାଇରେ ବ୍ୟାଙ୍କ ବନ୍ଦ)
ଜାନୁଆରୀ ୨୨: ମାସର ଚତୁର୍ଥ ଶନିବାର ।
ଜାନୁଆରୀ ୨୩: ରବିବାର ।
ଜାନୁଆରୀ ୨୬: ଗଣତନ୍ତ୍ର ଦିବସ (ଦେଶର ଅଧିକାଂଶ ରାଜ୍ୟରେ ବ୍ୟାଙ୍କ ବନ୍ଦ)

Get real time updates directly on you device, subscribe now.