fbpx

(Video)ସୁର ଭାଇଙ୍କ ବୋଲ ମାନୁନି ଅମାନିଆ ଘୋଡା: ଦେଖନ୍ତୁ ଘୋଡା ଉପରେ କେମିତି ବସୁଛନ୍ତି ସୁର ରାଉତରାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଦାବେଳେ ନିଜର ମଜାଳିଆ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ସୋମବାର ଏକ ଘୋଡା ଉପରେ ବସୁଥିବାର ଭିଡିଓ ବେଶ ଭାଇରାଲ ହୋଇଛି । ପାଇକ ତିଗିରିଆରେ ଅନୁଷ୍ଠିତ ଘୋଡା ଦୌଡ ପ୍ରତିଯୋଗିତାରେ ସୁରଭାଇ ଘୋଡା ଚଢୁଥିବା ନଜର ଆସିଥିଲେ ।

ମା ବର କନ୍ୟା ଆସୋସିଏସନ ପକ୍ଷରୁ ଏହି ଘୋଡା ଦୌଡ ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ସୁର ରାଉତରାୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଘୋଡା ଉପରେ ବସିବା ପରେ ନିଜର ପ୍ରିୟ ଡାଏଲଗ ରେଡି ତ କହିଥିଲେ ସୁର ଭାଇ । ଦେଖନ୍ତୁ ଭିଡିଓ..

Get real time updates directly on you device, subscribe now.