fbpx

ଭାଇଜାନଙ୍କ ଜନ୍ମଦିନ: ସୁପରଷ୍ଟାରଙ୍କ ସହ ଜବରଦସ୍ତ ଡାନ୍ସ କଲେ ଜେନେଲିଆ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଜି ତାଙ୍କର ୫୬ ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଜନ୍ମଦିନରେ ସେଲିବ୍ରିଟିଙ୍କ ସହ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସଲମାନ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ସଲମାନ ନିଜ ଜନ୍ମଦିନ ର ଗୋଟିଏ ଦିନ ପୂର୍ବରୁ ଏକ ବଡ଼ ବିପଦରୁ ରକ୍ଷାପାଇଯାଇଥିଲେ । ସାପ କାମୁଡ଼ିବା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସାପ ବିଷାକ୍ତ ହୋଇନଥିବାରୁ ସେ ଠିକ୍ ହୋଇଥିଲେ ।

ଏହାପରେ ଫାର୍ମ ହାଉସରେ ତାଙ୍କ ଜନ୍ମଦିନ ପାଳନ କରଯାଇଥିଲା । ଯେଉଁଥିରେ ଜେନେଲିଆ ଦେଶମୁଖ ମଧ୍ୟ ନଜର ଆସିଥିଲେ । ଜେନେଲିଆ ପାର୍ଟି ସମୟର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଭାଇଜାନଙ୍କ ସହ ଡାନ୍ସ କରୁଥିବାର ନଜର ଆସିଛନ୍ତି । ଭିଡିଓରେ ଖୁବ୍ ଖୁସିରେ ଡାନ୍ସ କରୁଥିବାର ନଜର ଆସିଛନ୍ତି । ଭିଡିଓକୁ ସେୟାର କରିବା ସହ ଜେନେଲିଆ ଲେଖିଛନ୍ତି “ସବୁଠାରୁ ବଡ଼ ହୃଦୟ ରଖିଥବା ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭକାମନା । ଏହା ସହ ସେ ଲେଖିଛନ୍ତି ଭଗବାନ ଆପଣଙ୍କୁ ଖୁସିରେ ରଖନ୍ତୁ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଦିଅନ୍ତୁ । ଆମେ ଆପଣଙ୍କୁ ବହୁତ ଭଲ ପାଉଛୁ । ଆଜି ଭାଇଙ୍କ ଜନ୍ମଦିନ”

 

View this post on Instagram

 

A post shared by Genelia Deshmukh (@geneliad)

ତେବେ ଜେନେଲିଆଙ୍କ ଏହି ପୋଷ୍ଟ କରିଛନ୍ତି ଫ୍ୟାନ । ସଲମାନଙ୍କୁ ଜନ୍ମଦିନରେ ଏଭଳି ପୋଷ୍ଟ ସହ ଡାନ୍ସକୁ ପସନ୍ଦ କରିବା ସହ ଖୁସି ପ୍ରକାଶ କରିଛନ୍ତି ତାଙ୍କର ଫ୍ୟାନ୍ସ ।

 

Get real time updates directly on you device, subscribe now.