fbpx

ମଲା ଝିଟିପିଟି ପଡ଼ିଥିବା ମଧ୍ୟାହ୍ନ ଭୋଜନ ଖାଇ ସ୍କୁଲର ୮୦ ଛାତ୍ରଛାତ୍ରୀ ଅସୁସ୍ଥ, ଦିଆଗଲା ଯାଞ୍ଚ ନିର୍ଦ୍ଦେଶ

ବେଙ୍ଗାଲୁରୁ: କର୍ଣ୍ଣାଟକର ଏକ ସରକାରୀ ସ୍କୁଲରେ ମିଡ୍-ଡେ ମିଲ୍ ଖାଇବା ପରେ ୮୦ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇପଡ଼ିଛନ୍ତି । ମଧ୍ୟାହ୍ନ ଭୋଜନରେ ମଲା ଝିଟିପିଟି ପଡ଼ିଥିବାରୁ ସ୍କୁଲର ପିଲାମାନେ ଏହିପରି ଭାବରେ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି । ଏହି ମାମଲା କର୍ଣ୍ଣାଟକର ହାବେରୀ ଜିଲ୍ଲାର ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ହାବେରୀ ଜିଲ୍ଲାର ଭେଙ୍କଟପୁରା ରେ ଥିବା ଏକ ସରକାରୀ ସ୍କୁଲର ମଧ୍ୟାହ୍ନ ଭୋଜନରେ ମଲା ଝିଟିପିଟି ମିଳିଥିଲା । ଏହାପରେ ସ୍କୁଲର ୮୦ଟି ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ସେମାନଙ୍କୁ ସେଠାକାର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ପିଲାଙ୍କ ଚିକିତ୍ସା ଏବେ ଜାରି ରହିଛି । ଅନ୍ୟପଟେ ସ୍କୁଲର ଅଧିକାରୀଙ୍କ ଅବହେଳା କାରଣରୁ ଏହି ପରି ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ବିରୋଧରେ ତଦନ୍ତ କରିବା ନେଇ ଆଦେଶ ଦିଆଯାଇଛି ।

 

Get real time updates directly on you device, subscribe now.