fbpx

ରାମ ମନ୍ଦିର ନିର୍ମାଣ ପାଇଁ ୧କୋଟିର ଅନୁଦାନ ଘୋଷଣା କଲେ ଉଦ୍ଧବ ଠାକରେ

ଅଯୋଧ୍ୟା, ୭ା୩: ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଯୋଧ୍ୟା ଯାଇଛନ୍ତି । ସେଠାରେ ସେ ପହଞ୍ଚି ରାମ ମନ୍ଦିର ନିର୍ମାଣ ପାଇଁ ୧କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିବା ସୂଚନା ମିଳିଛି । ତାଙ୍କ ସହ ତାଙ୍କ ପୁଅ ତଥା ମନ୍ତ୍ରୀ ଆଦିତ୍ୟ ଠାକରେ ମଧ୍ୟ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ୧୦୦ଦିନ ପୂରିବା ପରିପ୍ରେୀକ୍ଷୀରେ ସେ ଅଯୋଧ୍ୟା ଯାଇଛନ୍ତି ।

ଉଦ୍ଧବ ଠାକରେ କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ହେବା ମୋ ପାଇଁ ଭାଗ୍ୟର କଥା । ସେ କହିଛନ୍ତି ମୁଁ ପ୍ରଥମେ ନଭେମ୍ବର ୨୦୧୮ରେ ଅଯୋଧ୍ୟାକୁ ଆସିଥିଲି ଏବଂ ପରମର୍ତ୍ତୀ ସମୟରେ ମୁଁ ସେହି ନଭେମ୍ବରରେ ହିଁ ମୁଖ୍ୟମନ୍ତ୍ରୀ ହେଲି । ଆଜିର ଅଯୋଧ୍ୟା ଗସ୍ତ ତାଙ୍କ ପାଇଁ ତୃତୀୟ ଥର ଥିଲା ବୋଲି ଉଦ୍ଧବ କହିଛନ୍ତି । ମହାରାଷ୍ଟ୍ରରୁ ଆସୁଥିବା ରାମ ଭକ୍ତଙ୍କ ପାଇଁ ଜମି ଦେବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଛନ୍ତି । ଏହାସହ ତାଙ୍କର ଆରତିରେ ଯୋଗ ଦେବାକୁ ଇଚ୍ଛା ଥିଲା କିନ୍ତୁ କରୋନା ଭାଇରସ ପାଇଁ ସେ ଆରତି ପାଇଁ ଯାଇପାରିଲେ ନାହିଁ ବୋଲି କହିଛନ୍ତି ।

Get real time updates directly on you device, subscribe now.