fbpx

(ଭିଡ଼ିଓ) ଭାରତରେ ପ୍ରଥମ ଓମିକ୍ରନ ମୃତ୍ୟୁ, WHOର ଚେତାବନୀ-‘ଆସିପାରେ ସୁନାମୀ’

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ ମାମଲା ବଢ଼ିବାରେ ଲାଗିଛି । କରୋନାର ଏହି ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁଁ ଦେଶରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ଦେଶର ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ ହୋଇଥିବା ସୂଚନା ମିଳିଛି । ମହାରାଷ୍ଟ୍ର ପିମ୍ପ୍ରିର ୫୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ନିକଟରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ଆଉ ସାମ୍ପୁଲ ପରୀକ୍ଷା ବେଳେ ସେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ।

ତେବେ ଏହି ୫୨ ବର୍ଷୀୟ ବ୍ୟକ୍ତିଜଣକ ନାଇଜେରିଆରୁ ଫେରିଥିଲେ । ସଂକ୍ରମିତ ହେବା ପରେ ଡିସେମ୍ବର ୨୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଥିସହ ଦେଶରେ ଓମିକ୍ରନ ଆକ୍ରାନ୍ତରେ ପ୍ରଥମ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ପାଖରେ କୋଭିଡର କୌଣସି ଲକ୍ଷଣ ନଥିଲା । ହେଲେ ଗୁରୁବାର ତାଙ୍କର ଏନଆଇଭି ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ ସେ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ଥିଲେ । ଏ ନେଇ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ଅନ୍ୟପଟେ ଭାରତରେ ଲଗାତାର ଓମିକ୍ରନ ମାମଲା ବଢ଼ିବାରେ ଲାଗିଛି । କରୋନାର ତୃତୀୟ ଲହର ଆସିବ ବୋଲି ପ୍ରଥମରୁ ଚେତାବନୀ ଦିଆସରିଛି । ଦୁନିଆରେ ଓମିକ୍ରନ ଓ ଡେଲ୍ଟା ଯୋଗୁଁ କରୋନାର ସୁନାମୀ ଆସିବ ବୋଲି ଡବ୍ଲୁଏଚଓ ଚେତାବନୀ ଦେଇଛି ।

Get real time updates directly on you device, subscribe now.