ନୂଆଦିଲ୍ଳୀ: ଘରେ ଭଜା ହେଉ କି ସୁଆଦିଆ ତରକାରୀ । ଏମିତି କି ଯେକୌଣସି ରୋଷେଇ ବେଳେ ଯଦି ଆମେ ଆଜିକାଲି ପ୍ରଥମେ କିଛି ଖୋଜୁଛୁ ତେବେ ତାହା ହେଉଛି ରିଫାଇନଡ଼ ତେଲ । ହେଲେ ଆପଣ ବି ଯଦି ରିଫାଇନଡ଼ ତେଲ ଖାଉଥାନ୍ତି ତାହାଲେ ସାବଧାନ ହୋଇଯାଆନ୍ତୁ । କାରଣ ଆପଣ ତେଲ ନାଁ ରେ ବିଷ ଖାଇବାରେ ଲାଗିଛନ୍ତି । ହେଲେ ରିଫାଇନଡ଼ ତେଲକୁ କାହିଁକି ଆମେ ହଠାତ ବିଷ କହୁଛୁ ଆଉ ଏଥିରେ ଏମିତି କଣ ରହିଛି ଆସନ୍ତୁ ଜାଣିବା ଆମର ଏହି ସ୍ପେଶାଲ ରିପୋର୍ଟରେ ।
ଆମ ଦୈନନ୍ଦିନ ଜୀପନରେ ତେଲର ବ୍ୟବହାର ଖୁବ ବେଶୀ । ଆଉ ଭାରତୀୟ ମାନେ ଯେହେତୁ ଟିକେ ସ୍ୱାଦିଷ୍ଟ ଖାଇବା ପସନ୍ଦ କରନ୍ତି । ତେଣୁ ରିଫାଇନଡ଼ ତେଲକୁ ଛାଡ଼ି ଦେଲେ ଆଜିକାଲି ଚଳିବା ବି ମୁସ୍କିଲ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ରିଫାଇନଡ଼ ତେଲ ନାଁ ରେ ବଜାରରେ ଯାହା ମିଳୁଛି ସେଥିରୁ ଗୋଟେ ଗୋଟେ ବୁନ୍ଦା ବି ଆମ ସ୍ୱାସ୍ଥ୍ୟ ପାଇଁ ଖୁବ କ୍ଷତିକାରକ । କାରଣ ଏଥିରେ ଯେକୌଣସି ତେଲ ବାହାରୁ ଥିବା ମଞ୍ଜି ନେଇ କମ୍ପାନୀ ମାନେ ଏକ ଭିନ୍ନ ପ୍ରକ୍ରିୟାରେ ତା ଦେହରୁ ତେଲ ବାହାର କରନ୍ତି ଯାହାର ନାଁ ହେଉଛି ସଲଭେଣ୍ଟ ଏକ୍ସଟ୍ରେକ୍ସନ । ଆଉ ଏଥିରେ ହେକ୍ସେନ ନାମକ ଏକ କେମିକାଲ ପେଟ୍ରୋଲିୟମ ବ୍ୟବହାର କରନ୍ତି । ତେବେ ପେଟ୍ରୋଲିୟମ ହୋଇଥିବାରୁ ଏହା ଅଧିକ ତେଲ ବାହାର କରିପାରିବ ବୋଲି ବ୍ରବହାର ହେଉଥିବା କମ୍ପାନୀ ମାନେ ବି ଗ୍ରହଣ କରିଛନ୍ତି ।
ଏହି କେମିକାଲ କେବଳ ଆପଣଙ୍କ ପେଟ ଖରାପ କରେନି ବରଂ ଆପଣଙ୍କ ହୃଦୟ ଏବଂ ମସ୍ତିଷ୍କ ଉଭୟ ୟାର ଶୀକାର ହୁଅନ୍ତି । ଯେଉଁଥିପାଇଁ ତେଲ ଛଣା ପକୁଡ଼ି ବରା ଇତ୍ୟାଦି ଖାଇଲେ ଏସିଡ଼ିଟି ସହିତ ଅଧିକ ଅଳସ ଅନୁଭବ ହୁଏ, ମୁଣ୍ଡବିନ୍ଧା ହୁଏ ଏମିତିକି ଛୋଟ ଛୁଆ ମାନେ ଏହି ତେଲ ସବୁ କାରଣରୁ ହିଁ ଅଧିକ ଦୁର୍ବଳ ହୋଇ ପଡ଼ନ୍ତି । କେବଳ ସେତିକି ନୁହଁ ବିଭିନ୍ନ ମଞ୍ଜିରୁ ତେଲ ବାହାର କଲା ପରେ ତାକୁ ଡ଼ିଗମ୍ମିଂ ଏବଂ ନ୍ୟୁଟ୍ରାଲାଇଜେସନ ପ୍ରକ୍ରିୟା କରଣରେ ସେ ତେଲକୁ ପକାନ୍ତି । ଯାହାଦ୍ୱାରା ବାହାରିଥିବା ତେଲ ନିଜ ବାସ୍ନା ହରାଇବସେ । ତା ସହ ତେଲରେ ଥିବା ବିଭିନ୍ନ ପ୍ରୋଟିନ ବି ପଳାଏ । ଯେଉଁଥିପାଇଁ ଆପଣଙ୍କ ତେଲରେ କୌଣସି ଗନ୍ଧ କି ବାସ୍ନା ନାହିଁ ।
ତଥାପି ରିଫାଇନଡ଼ ତେଲ ବନେଇବା ପ୍ରକ୍ରିୟା ଏଥିରେ ସମାପ୍ତ ହୁଏନି । ଯେଉଁଥପାଇଁ ଏ ତେଲକୁ ୨ ଶହ ରୁ ୪ ଶହ ପଚାଶ ଫାରେନାଇଟ ଡ଼ିଗ୍ରୀରେ ପୁଣି ଡ଼ିଅଡ଼ରାଇଜିଙ୍ଗ ଫର୍ମୂଲାରେ ପକାଇ ଦିଆଯାଏ । ଯାହା ଫଳରେ ତେଲ ପୁରା ଟକମକ ହୋଇ ଫୁଟିବାରେ ଲାଗେ ଆଉ ସିଝି ସିଝି ତେଲ ରିଫାଇନ ହୁଏ । ତାକୁ ଆଣି ଆମେ ଘରେ ରିଫାଇନଡ଼ ତେଲ ଭାବେ ବ୍ୟବହାର କରନ୍ତି ।
ତେଣୁ ହାର୍ଟଆଟାକ୍ ଠୁ ବ୍ଳଡ଼ ସୁଗାର ଏବଂ ଅଲସର ଓ କ୍ୟାନ୍ସର ପର୍ଯ୍ୟନ୍ତ ଏହି ରିଫାଇନଡ଼ ତେଲ ଖାଇବା ଦ୍ୱାରା ହିଁ ହୋଇଥାଏ ବୋଲି ବିଶେଷଜ୍ଞ ମାନେ ମତ ଦିଅନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପୁରା ବିଶ୍ୱରେ ମୃତ୍ୟୁବରଣ କରୁଥିବା ସମସ୍ତ ହାର୍ଟଆଟାକ ରୋଗୀଙ୍କ ଭିତରୁ କେବଳ ଭାରତରେ ୬୦ ପ୍ରତିଶତ ରୋଗୀ ରହିଛନ୍ତି । ଆଜିକାଲି ୮ ବର୍ଷର ପିଲାଙ୍କୁ ବି ହୃଦଘାତ ହେଉଛି । ଦେଶର ବଡ଼ ବଡ଼ ଷ୍ଟାର ମାନେ ଯେଉଁମାନେ ସବୁବେଳେ ଫିଟ ଆଣ୍ଡ ଫାଇନ ରହିବାକୁ ବିଭିନ୍ନ ପ୍ରକାର ଯୋଗ ବ୍ୟାୟାମ କରନ୍ତି ଆଉ ସୁସ୍ଥ ରହିବାକୁ ହେଲ୍ଥି ଡ଼ାଏଟ ଖାଆନ୍ତି ସେମାନେ ବି ଏବେ ହୃଦଘାତର ଶୀକାର ହେଉଛନ୍ତି । ଯାହାର କାରଣ ରିଫାଇନଡ଼ ତେଲ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ତେବେ ଆପଣ ରିଫାଇନଡ଼ ତେଲ ଖାଆନ୍ତୁ ବା ନଖାଆନ୍ତୁ ତାହା ଆପଣଙ୍କ ବ୍ୟକ୍ତିଗତ ପସନ୍ଦ ଉପରେ ନିର୍ଭର କରେ । କିନ୍ତୁ ଅନ୍ୟ କେଉଁ ତେଲ ସବୁ ତାର ବିକଳ୍ପ ରୂପେ ବ୍ୟବହାର ହୋଇ ପାରିବ ଏବଂ ଅନ୍ୟ ତେଲରେ ରିଫାଇନଡ଼ ତେଲ ଅପେକ୍ଷା କଣ ଆଉ କେତେ ଫାଇଦା ଅଛି ତାହା ବି ଜାଣି ରଖିବା ଦରକାର ।
ତେବେ ବହୁ ବର୍ଷରୁ ଲୋକମାନେ ଷୋରିଷ ତେଲ, ନଡ଼ିଆତେଲ ଭଳି ତେଲ ସବୁ ଖାଇବା ପାଇଁ ବ୍ୟବହାର କରି ଆସୁଥିଲେ । ଏମିତିକି ଘରେ ଗାଇ କ୍ଷୀରରୁ ଘିଅ ବାହାର କରି ଲୋକମାନେ ଖାଉଥିଲେ । କିନ୍ତୁ ଯେତେବେଳେ ମଣିଷ ଅଧିକ ସଭ୍ୟ ହେବାରେ ଲାଗିଲା ସେତେବେଳେ ଫ୍ୟାଟ ବା ଚର୍ବିର ମାତ୍ରା କମ୍ କରିବା କଥା ଧିରେଧିରେ ଚିନ୍ତା କଲା । ସେତେବେଳେ ବଜାରରେ ରିଫାଇନ ତେଲର ଏ ପ୍ରକ୍ରିୟା କରଣ ଉପଲବ୍ଧ ହୋଇ ନଥିଲା । ତେଣୁ ଘଣାରେ ପେଶା ହୋଇଥିବା ପ୍ରାକୃତିକ ତେଲ ଖାଇବାକୁ ମଣିଷ ବାଧ୍ୟ ଥିଲା । ଆଉ ଖାସ ଏଥିପାଇଁ ଭାରତର ବିଭିନ୍ନ ସ୍ଥାନରେ ନଡ଼ିଆ ତେଲ କିମ୍ବା ଷୋରିଶ ତେଲ ହିଁ ଅଧିକ ବ୍ୟବହାର ହେଉଥିଲା । ହେଲେ ଚର୍ବି ଫ୍ୟାଟ କମ୍ କରିବା ସହିତ ଖାଦ୍ୟକୁ ସ୍ୱାଦିଷ୍ଟ ବନାଇବାକୁ ରିଫାଇନଡ଼ ତେଲ ବଜାରକୁ ଆସିଲା । ଏବଂ ଲୋକମାନେ ଧିରେ ଧିରେ ଅଭ୍ୟାସରେ ପଡ଼ିଲେ । ଆଉ ତାପରେ ଏବେ ରିଫାଇନଡ଼ ତେଲ ଉପରେ ଲୋକମାନେ ନିର୍ଭରଶୀଳ ହୋଇ ପଡ଼ିଲେଣି । କିନ୍ତୁ ସତକଥା ହେଲା ଏହି ତେଲ ପାଇଁ ଫ୍ୟାଟ କମିଲାନି । ବରଂ ସୁଆଦିଆ ଖାଇବା ପାଇଁ ଲୋକମାନେ ରୋଗଗ୍ରସ୍ତ ହେବାରେ ଲାଗିଛନ୍ତି । ହାର୍ଟରେ ରକ୍ତ ସଞ୍ଚାଳନ କମ୍ ହେବା ସହ ବ୍ଳକେଜ ସୃଷ୍ଟି ହେବାର ମୁଖ୍ୟ କାରଣ ବି ଏହି ତେଲ ବୋଲି କୁହା ଯାଉଛି । ତେଣୁ ୟା ଅପେକ୍ଷା ଅର୍ଗାନିକ ତେଲ ଯେମିତି କି ଷୋରିଷ ତେଲ, ନଡ଼ିଆ ତେଲ ରାଶି ତେଲ ଆଦି ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଉଛି । ଏପଟେ ଆଜିକାଲି ବଜାରରେ ମିଳୁଥିବା ଅଲିଭ ଅଏଲ ବି ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି ଡ଼ାକ୍ତର ମାନେ କହୁଛନ୍ତି ।