ନୂଆଦିଲ୍ଲୀ: ରାସ୍ଥାନରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କାରଣରୁ ରାଜ୍ୟ ସରକାର ଆକ୍ସନ ମୋଡରେ ଚାଲିଆସିଛନ୍ତି । ଉଭୟ ଡୋଜ ଟିକା ନେଇ ନଥିବା ବ୍ୟକ୍ତି ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି । ଫେବୃୟାରୀ ୧ ରୁ ନୂଆ ନିୟମ କାର୍ଯ୍ୟକାରୀ ହେବ ।
ଶୁକ୍ରବାର ଗେହଲଟଙ୍କ ନେତୃତ୍ୱରେ ଉକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗେହଲଟ କହିଥିଲେ ଯେ, ଡେଲଟା ସଂକ୍ରମଣ ସମୟରେ ରାଜ୍ୟରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା । ଡେଲଟା ଭାରିଆଣ୍ଟରେ କରୋନା ଭାଇରସ ଏହାର ରୂପ ବଦଳାଇ ଦେଇଥିଲା । ଏବେ ଓମିକ୍ରନ ଭାରିଆଣ୍ଟ ଏହାର ରୂପ ନ ବଦଳାଇବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ । ଆମେରିକାର ପ୍ରତ୍ୟେକ ଦିନ ୫ ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।