fbpx

ମହିଳାଙ୍କ ବିବାହ ବୟସ ନିର୍ଦ୍ଧାରଣ କମିଟିକୁ ନେଇ ବିବାଦ: ୩୧ ଜଣିଆ ଦଳରେ ଜଣେ ମାତ୍ର ମହିଳା ସାଂସଦ

ନୂଆଦିଲ୍ଳୀ: ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହିଳାଙ୍କ ବିବାହ ବୟସ ୧୮ରୁ ୨୧କୁ ବଢାଇ ଦିଆଯାଇଥିଲା । ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବର୍ତ୍ତମାନ ଆଉ ଏକ ଘଟଣାକୁ ନେଇ ବିବାଦ ଦେଖା ଦେଇଛି । ଲୋକସଭାରେ ବିଲ ଆଗତ ହେବା ପରେ ଏହାକୁ ଉଭୟ ସମର୍ଥନ ଏବଂ ବିରୋଧ ମଧ୍ୟ କରାଯାଇଥିଲା । ଲୋକସଭାରେ ଏହି ବିଲଟି ଆଗତ ହେବା ପରେ ଏହାକୁ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ନିକଟକୁ ପଠା ଯାଇଥିଲା । ୩୧ ଜଣ ସାଂସଦଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି କମିଟିରେ ମାତ୍ର ଜଣେ ମହିଳା ସାଂସଦ ରହିଛନ୍ତି ।

ଟିଏମସିର ସୁସ୍ମିତା ଦେବ ଏକମାତ୍ର ମହିଳା ସାଂସଦ ଭାବରେ ଏହି କମିଟିରେ ରହିଛନ୍ତି । ବିଜେପିର ବରିଷ୍ଠ ନେତା ବିନୟ ସହସ୍ରବୁଦେ୍ଧଙ୍କ ନେତୃତ୍ୱରେ ଏହି ଟିମ୍ ଗଠନ କରାଯାଇଛି । ତେବେ ମହିଳାଙ୍କ ପ୍ରସଙ୍ଗରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ କମିଟିରେ ମହିଳାଙ୍କୁ ପ୍ରାଧାନ୍ୟ ନ ମିଳିବାକୁ ନେଇ ସମାଲୋଚନା କରାଯାଇଛି । ଏକୁଟିଆ ରହିଥିଲେ ମଧ୍ୟ ମୋ ଦାୟିତ୍ୱ ସୂଚାରୁ ଢଙ୍ଗରେ ତୁଲାଇବା ପାଇଁ ମୁଁ ପ୍ରୟାସ କରିବି । ସମସ୍ତ ପ୍ରସଙ୍ଗ ଶୁଣିବା ସହିତ ମୋର ମତାମତ ରଖିବାକୁ ପ୍ରୟାସ କରିବି ବୋଲି ଦେବ କହିଛନ୍ତି । ଏହା ସହିତ ଅନ୍ୟ ମହିଳା ସାଂସଦ ଉପସ୍ଥିତ ଥିଲେ ଆହୁରି ଭଲ ହୋଇଥାନ୍ତା ବୋଲି ଦେବ କହିଛନ୍ତି ।

Get real time updates directly on you device, subscribe now.