fbpx

ବଲିଉଡ଼ରେ କରୋନା ବିସ୍ଫୋରଣ, ଏକତା କପୁର ହେଲେ ପଜିଟିଭ୍

ମୁମ୍ବାଇ: ମନୋରଞ୍ଜନ ଜବତରେ କରୋନା ଲହର ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି କରୋନା ପଜିଟିଭ୍ ହେଉଥିବା ଖବର ସାମ୍ନାକୁ ଆସୁଛି । ଏହି ଲିଷ୍ଟରେ ଏବେ ଡାଇରେକ୍ଟର-ପ୍ରଡ୍ୟୁସର ନାଁ ବି ସାମିଲ ହେବାରେ ଲାଗିଛି । ଏହାରି ମଧ୍ୟରେ ଏକତା କପୁର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ଆସିବା ପରେ ସେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି । ଏକତା ନିଜ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ଟେଷ୍ଟ କରାଇବାକୁ ନିବେଦନ କରିଛନ୍ତି ।

 

View this post on Instagram

 

A post shared by Erk❤️rek (@ektarkapoor)

ଏକତାଙ୍କ ପୂର୍ବରୁ ବଲିଉଡ ଅଭିନେତା ଜନ୍ ଅବ୍ରାହମ ଓ ତାଙ୍କ ପତ୍ନୀ ପ୍ରିୟା ରୁଞ୍ଚଲ କରୋନା ପଜିଟିଭ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଅଭିନେତା ନିଜ ଇନଷ୍ଟା ଷ୍ଟୋରୀରେ ପୋଷ୍ଟ କରି ଏହାର ସୂଚନା ଦେଇଥିଲେ । ସେ ଲେଖିଛନ୍ତି ଯେ, ‘ମୁଁ ତିନି ଦିନ ତଳେ ଜଣେ ବ୍ରକ୍ତିଙ୍କ ସହିତ ଭେଟିଥିଲି, ପରେ ମୋତେ ଜଣାପଡ଼ିଥିଲା ଯେ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରିୟା ଓ ମୋ ରିପୋର୍ଟ ପଜିଟିଭ୍ ଆସିଛି । ଆମେ ଏବେ ଘରେ କ୍ୱାରେଣ୍ଟାଇନ୍ ରେ ଅଛୁ ଓ ଆମେ କାହାର ବି କଣ୍ଟାକ୍ଟରେ ଆସିନାହୁଁ ।’

 

Get real time updates directly on you device, subscribe now.