fbpx

ଆଇସିୟୁରେ ମହିଳାଙ୍କୁ ଅସଦାଚରଣ: ବହେ ଛେଚିଲେ ଡାକ୍ତର, କ୍ଷମା ମାଗିଲେ ପରିବାର

ନୂଆଦିଲ୍ଳୀ: ଡାକ୍ତରଙ୍କୁ ଇଶ୍ୱରଙ୍କ ଦ୍ୱିତୀୟ ଅବତାର ବୋଲି କୁହାଯାଏ । ତେବେ ଜଣେ ମହିଳା ଡାକ୍ତରଙ୍କୁ ଅସଦାଚରଣ କରି ବହେ ଛେଚା ଖାଇଛନ୍ତି ରୋଗୀର ସାଙ୍ଗ । ଏପରିକି ପରିବାର ଲୋକ କ୍ଷମା ମାଗିବା ଯାଏଁ ମଧ୍ୟ କଥା ଯାଇଛି । ଛତିଶଗଡର ବସ୍ତର ଜିଲ୍ଲାରେ ଏମିତି ଏକ ଘଟଣା ଘଟିଯାଇଛି । ଜଗଦଲପୁର ଜିଲ୍ଲାର ମେଡିକାଲ କଲେଜରେ ସର୍ଜିକାଲ ଆଇସିୟୁରେ ଜଣେ ଆକ୍ରାନ୍ତଙ୍କ ସାଙ୍ଗ ମାନେ ମହିଳା ଡାକ୍ତରଙ୍କୁ ଅଶ୍ଲୀଳ ବ୍ୟବହାର କରିଥିଲେ । ଭେଟିବାକୁ ଆସିଥିବା ୩ ସାଙ୍ଗ ଜନୈକ ମହିଳା ଡାକ୍ତରଙ୍କୁ ଖରାପ ବ୍ୟବହାର କରିଥିଲେ ।

ଏହି ଘଟଣାରେ ଉତକ୍ଷିପ୍ତ ଡାକ୍ତର ମାନେ ଉତ୍ତମ ମଧ୍ୟମ ଥୋଇଥିଲେ । ଦୁଇ ଜଣ ଯୁବକ ଡାକ୍ତରଙ୍କ ହାବୁଡରେ ପଡିଥିବା ବେଳେ ଜଣେ ଦୌଡି ପଳାଇଥିଲା । ହାବୁଡରେ ପଡିଥିବା ଦୁଇ ଜଣଙ୍କୁ ଡାକ୍ତର ମାନେ ନିର୍ଦ୍ଧୁମ ଛେଚିଥିଲେ । ପଳାଇ ଯାଇଥିବା ଯୁବକକୁ ଗିରଫ ଦାବିରେ ଡାକ୍ତର ମାନେ ଧାରଣାରେ ବସିଥିଲେ । ତେବେ ପୁଲିସ ପକ୍ଷରୁ ଗିରଫ କରାଯିବା ନେଇ ପ୍ରତିଶ୍ରୁତି ଦିଆଯିବା ପରେ ଏବଂ ପୀଡିତ ରୋଗୀଙ୍କ ପରିବାର ଲୋକ କ୍ଷମା ପ୍ରାର୍ଥନା କରିବା ପରେ ଡାକ୍ତର ମାନେ ଧାରଣାରୁ ଉଠିଥିଲେ ।

Get real time updates directly on you device, subscribe now.