fbpx

ମାୟାନଗରୀରେ ଗତ ୩ ଦିନ ମଧ୍ୟରେ ୨୩୦ ଡାକ୍ତର କୋଭିଡ୍ ପଜିଟିଭ୍

ମୁମ୍ବାଇ: କୋଭିଡ୍ ଭାଇରସ୍ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ମୁମ୍ବାଇରେ ସ୍ଥିତି ଏବେ ଗମ୍ଭୀର ହୋଇପଡ଼ିଛି । ସର୍ବାଧିକ ଓମିକ୍ରନ୍ ମାମଲା ଏହିଠାରୁ ହିଁ ଚିହ୍ନଟ ହୋଇଛନ୍ତି । କହିବାକୁ ଗଲେ ଏବେ କୋଭିଡ୍ ଓ ନୂତନ ଭାରିଆଣ୍ଟ୍ ଓମିକ୍ରନର ହଟସ୍ପଟ୍ ପାଲଟିଛି ମହାରାଷ୍ଟ୍ର । ବୁଧବାର ଦିନ ମୁମ୍ବାଇରେ କୋଭିଡ୍ ର ୧୫ ହଜାର ନୂଆ କେସ୍ ସାମନାକୁ ଆସିଥିଲା । ସେହିପରି ଗତ ତିନି ଦିନ ମଧ୍ୟରୁ ବିଭିନ୍ନ ହସ୍ପିଟାଲରୁ ୨୩୦ ଜଣ ଡାକ୍ତର କୋଭିଡ୍ ମହାମାରୀର ଶିକାର ହୋଇଛନ୍ତି । ଏହା ବ୍ୟତୀତ ବୃହନ୍ ମୁମ୍ବାଇ ଇଲେକ୍ଟ୍ରିକ୍ ସପ୍ଲାଏ ଆଣ୍ଡ ଟ୍ରାନ୍ସପୋର୍ଟ(ବେଷ୍ଟ୍)ର ପ୍ରାୟ ୬୬ ଜଣ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.