fbpx

ଏସସି-ଏସଟି ମାନେ ଅନ୍ୟ ରାଜ୍ୟରେ ଚାକିରୀ ଓ ଜମି କିଣା କ୍ଷେତ୍ରରେ ଲାଭ ପାଇଁ ଦାବି କରିପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୌଣସି ଏକ ରାଜ୍ୟର ଅନୁସୂଚିତ ଜାତି କିମ୍ବା ଜନଜାତି କୌଣସି ଅନ୍ୟ ରାଜ୍ୟରେ ଯାଇ ରହୁଥିବା ସମୟରେ ଚାକିରୀ, ଶିକ୍ଷା ଓ ଜମି ଆବଣ୍ଟନରେ ନିଜ ପାଇଁ ସମାନ ଲାଭ ଦାବି କରିପାରିବେ ନାହିଁ । ଏକ ମାମଲାର ସମାଧାନ କରିବା ସମୟରେ ନିଜ ବୟାନରେ ଏହିପରି କିଛି କହିଛନ୍ତି ସୁପ୍ରିମକୋର୍ଟ ।

ଜଷ୍ଟିସ୍ ଏମଆର୍ ଶାହ ଓ ଜଷ୍ଟିସ୍ ଏଏସ୍ ବୋପାନ୍ନାଙ୍କ ପୀଠ ରାଜସ୍ଥାନ ହାଇକୋର୍ଟର ୨୦୧୧ର ଆଦେଶ ବିରୋଧରେ ଭାଦର ରାମ ନାମକ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ଆବେଦନକର୍ତ୍ତା ପଞ୍ଜାମର ଅନୁସୂଚିତ ଜାତି ଓ ସ୍ଥାୟୀ ନିବାସୀ ହୋଇଥିବା ବେଳେ ରାଜସ୍ଥାନରେ ଭୁମିହୀନ ଅନୁସୂଚିତ ଜାତିଙ୍କୁ ଆବଣ୍ଟିତ ଜମିକୁ କିଣିବାରେ ଲାଭ ପାଇଁ ଦାବି କରିପାରିବେ ନାହିଁ ।

Get real time updates directly on you device, subscribe now.