fbpx

କିସ୍ତି ଦେବାକୁ ଡାକଘର ଯାଉଛନ୍ତି କି ? ଏହି ଯୋଜନାରେ କରନ୍ତୁ ଅନଲାଇନ୍ ପେମେଣ୍ଟ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ପୁଣି ଦେଶରେ କଟକଣା ଫେରିଆସିଛି । ଧିରେ ଧିରେ ଗାଇଡଲାଇନକୁ କଡ଼ାକଡ଼ି କରାଯାଉଛି । ଏଥିଯୋଗୁଁ ସାଧାରଣ ଲୋକଙ୍କୁ ସମସ୍ୟା ଆହୁରି ବଢ଼ିବାରେ ଲାଗିଛି । ଅନ୍ୟପଟେ କରୋନାର ବଢ଼ୁଥିବା ମାମଲା ମଧ୍ୟରେ ଗହଳି ସ୍ଥାନକୁ ଯିବା ମଧ୍ୟ ବିପଦ ।ଏପରି ପରିସ୍ଥିତିରେ ଯେତେ ସମ୍ଭବ ବାହାରକୁ ଯିବାଠାରୁ ଦୂରେଇ ରହିବ ଉଚିତ୍ ।

ଯଦି ଆପଣଙ୍କୁ ପୋଷ୍ଟ ଅଫିସ ଦ୍ୱାରା ସଞ୍ଚାଳିତ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ (PPF), ରିକ୍ୟୁରିଙ୍ଗ ଡିପୋଜିଟ୍(RD), ସୁକନ୍ୟା ସମ୍ରିଧି ଯୋଜନା(SSY) ଭଳି ଅନେକ ଯୋଜନାର ମାସିକ କିସ୍ତି ଦେବାକୁ ପଡୁଛି, ତେବେ ଏଥିପାଇଁ ଆପଣଙ୍କୁ ଡାକଘର ଯିବାକୁ ଆବଶ୍ୟକ ନାହିଁ । ଏହି ସମସ୍ତ ଯୋଜାନାର କିସ୍ତିକୁ ଆପଣ ଆନଲାଇନରେ ବି ଜମା କରିପାରିବେ । ଆସନ୍ତୁ ଜାଣିବା ପ୍ରକ୍ରିୟା…

– ଯଦି ଆପଣଙ୍କ ପାଖରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର IPPB MOBILE BANKING APP ନାହିଁ, ତାହାଲେ ପ୍ରଥମେ ଏହାକୁ ମୋବାଇଲରେ ଡାଉନଲୋଡ କରନ୍ତୁ ।

– ଆପ୍ ଡାଉନଲୋଡ କରିବା ପରେ ଆପଣ APPରେ ନିଜର ଆକାଉଣ୍ଟ ତିଆରି କରନ୍ତୁ ।

– ଏବେ ଆପଣ ବ୍ୟାଙ୍କ ଆକାଉଣ୍ଟରୁ IPPB ଆକାଉଣ୍ଟରେ ଟଙ୍କା ଟ୍ୟାନ୍ସଫର କରନ୍ତୁ । ଆପଣ କୌଣସି ବି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଟୃାନ୍ସଫର କରିପାରିବେ ।

– ଏହା ପରେ ଆପଣଙ୍କୁ ପ୍ରୋଡକ୍ଟ ଚୟନ କରିବାକୁ ପଡିବ । ଯାହାର ଅର୍ଥ ଆପଣଙ୍କୁ ଯେଉଁ ଯୋଜନାର କିସ୍ତି ଜମା କରିବାର ଅଛି, PPF, SSY और RDରୁ ସେହି ଯୋଜନାକୁ ବାଛନ୍ତୁ ।

– ଏବେ ଆପଣ ଯେଉଁ ଯୋଜନାରେ ଟଙ୍କା ଭରିବାର ବିକଳ୍ପ ବାଛିଛନ୍ତି, ସେଥିରେ ଆଗକୁ ବଢ଼ନ୍ତୁ । ଏଥିପାଇଁ ଆପଣଙ୍କୁ ଯୋଜନା ସମ୍ବନ୍ଧିତ ଆକାଉଣ୍ଟ ନମ୍ବର ଓ କଷ୍ଟମର ଆଇଡି ଦେବାକୁ କୁହାଯିବ ।

– ଏହା ପରେ ଆପଣ କେତେ ଟଙ୍କା ଦେବାକୁ ଚାହୁଁଛନ୍ତି, ତାହାର ଚୟନ କରନ୍ତୁ । ରାଶି ପ୍ରବେଶ କରିବା ପରେ PAYର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ । ଏପରି ଭାବେ ଆପଣ ଅନଲାଇନ୍ ମାଧ୍ୟମରେ ବି ପେମେଣ୍ଟ କରିପାରିବେ ।

Get real time updates directly on you device, subscribe now.