fbpx

ବିଦେଶ ଫେରନ୍ତାଙ୍କ ପାଇଁ ଆସିଲା କେନ୍ଦ୍ରର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ବଢ଼ୁଥିବା ବେଳେ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ନୂଆ ନିୟମ ଅନୁସାରେ, ଏବେ ଭାରତ ଆସିବା ପରେ ସମସ୍ତ ଆନ୍ତର୍ଜାତୀୟ ଯାତ୍ରୀଙ୍କୁ ୭ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ନେଗଟିଭ୍ ରିପୋର୍ଟ ଥିଲେ ମଧ୍ୟ ହୋମ୍ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ ରହିଛି । ରିପୋର୍ଟ ପଜିଟିଭ ଆସିଲେ ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ପଠାଯିବ । ନେଗେଟିଭ ଥିଲେ କ୍ୱାରେଣ୍ଟାଇନ ସରିବାର ୮ମ ଦିନରେ ଆରଟି-ପିସିଆର ଟେଷ୍ଟ କରାଇବେ ବିନେଶ ଫେରନ୍ତା । କେନ୍ଦ୍ରର ଏହି ନୂଆ ଗାଇଡଲାଇନ୍ ୧୧ ଜାନୁଆରୀରୁ ଲାଗୁ ହେବ ।

ଏହା ବ୍ୟତୀତ ବିଦେଶ ଫେରନ୍ତା ଯାତ୍ରୀମାନଙ୍କୁ ନିଜର ନେଗେଟିଭ ଆରଟି-ପିସିଆର ରିପୋର୍ଟ ଅପଲୋଡ କରିବାକୁ ପଡିବ । ଯାତ୍ରାର ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା କରୋନା ଟେଷ୍ଟ ହିଁ ବୈଧ ହେବ । ଏହା ସହ କରୋନା ରିପୋର୍ଟ ନକଲି ବା ମିଛ ବୋଲି ଜଣାପଡିଲେ ଯାତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।

Get real time updates directly on you device, subscribe now.